ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାର ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ

1 min read
Spread the love

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ କୁତ୍ରା ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ମେସିନ ଲର୍ଣ୍ଣିଂ’, ‘ବିଗ୍ ଡାଟା ଆନାଲିଟିକ୍ସ’ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ ଅଟେ୤ ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ଓ ପ୍ରଫେସର ରତ୍ନାକର ଦାସ ‘ କମ୍ପ୍ୟୁଟର ଦ୍ବାରା ତିଆରି ଫଟୋ’ , ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା” , “କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବା” ପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଏହା ସହ ସେମାନେ ଶିକ୍ଷାର୍ଥୀମାନଙ୍କୁ ମେସିନ ଲର୍ନିଂର କାର୍ଯ୍ୟଶୈଳୀ ବିଷୟରେ ବୁଝାଇଥିଲେ। ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧିମାନ ମଧ୍ୟ ଏହି ଗସ୍ତର ଏକ ଅଂଶ ରୂପରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ କିପରି କୁତ୍ରିମ ବୁଦ୍ଧିମତା ବିଜ୍ଞାନର ବିଭିନ୍ନ କ୍ଷେତ୍ରକୁ ବିକାଶପଥରେ ଆଗେଇ ନେଇଛି ତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ ।

ଭାରତୀୟ ଜି-୨୦ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନିର୍ଦ୍ଦେଶକ ପ୍ରଫେସର ରାଓ ଉପସ୍ଥିତ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, “ ଏକା ସମୟରେ ଅନେକ କାର୍ଯ୍ୟକୁ ସମ୍ଭାଳିବାର କଳା ଆମକୁ ଶିଖିବାକୁ ପଡିବ। ବର୍ତ୍ତମାନ ସମୟର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଗାମୀ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟ କରିବାର ଶୈଳୀକୁ ବଦଳାଇଦେବ , ଯାହାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଭାରତୀୟ ଜି-୨୦ ଆମକୁ ନିଜର ଏହି ଉନ୍ନତ ଜ୍ଞାନକୌଶଳକୁ ବିଶ୍ଵ ସମ୍ମୁଖରେ ଦେଖାଇବା ପାଇଁ ସୁଯୋଗ ଦେଇଛି। ଏନ,.ଆଇ.ଟି. ରାଉରକେଲା ଜନ ଭାଗୀଦାରୀ ଅଭିଯାନର ଅଂଶୀଦାର ହୋଇପାରିଛି, ଏହା ଆମ ପାଇଁ ଗର୍ବର ବିଷୟ। ଅଭିଯାନର ସାମୁହିକ ଲକ୍ଷ୍ୟକୁ ପୁରା କରିବାରେ ସାହାଯ୍ୟ କରିଥିବାରୁ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟ ପରି ଅଂଶଗ୍ରହଣକାରୀ ଅନୁଷ୍ଠାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।”

ଅନ୍ୟପକ୍ଷରେ ଏନ୍‌ଆଇଟିର ଜି-୨୦ ଭାଗିଦାରୀ କାର୍ଜ୍ୟକ୍ରମର ପ୍ରଭାରୀ ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଏସ. ଜେନା ସନ୍ଧ୍ୟାରେ ହୋଇଥିବା ଝୋଟି ଓ ମୁଖଚିତ୍ରଣ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଜନମାନସରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି ଆକର୍ଷଣ ବୃଦ୍ଧି କରିପାରିଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ନିଜ ରଙ୍ଗତୂଳୀ ମାଧ୍ୟମରେ ଭାରତୀୟ ଜି-୨୦ର ବିଭିନ୍ନ ଦିଗକୁ ଦର୍ଶାଇଥିଲେ। ଜି-୨୦ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!