ନେସନ ଫାଷ୍ଟ ଟିଭିରେ ଖବର ପ୍ରସାରଣ ପରେ ବିଶଲେରୀ ବ୍ରାଣ୍ଡ୍ର ପାନୀୟ ଜଳ ବିକ୍ରୟ ପ୍ରଭାବିତ
1 min read
ଗତ କିଛିଦିନ ପୂର୍ବେ ଦେଶର ଅନ୍ୟତମ ପ୍ରତିଷ୍ଠିତ ପାନୀୟ ଜଳ ବ୍ରାଣ୍ଡ୍ ବିସ୍ଲେରୀ ବୋଟଲ ସୁଦ୍ଧ ନୁହେଁ ବୋଲି ଅଭିଯୋଗ ହୋଇଥିଲା ରାଉରକେଲା ରେଳ ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଜଣେ ବ୍ୟକ୍ତି ଏକ ବିସ୍ଲେରୀ ବୋତଲ କିଣି ତା’ ମଧ୍ୟରେ କିଛି ଗୁଣ୍ଡ ଏବଂ ଅଶୁଦ୍ଧ ଜଳ ଥିବା ଦେଖିବାକୁ ପାଇଥିଲେ ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଥିଲେ

ଏହି ପ୍ରସଙ୍ଗକୁ ନେଇ ନେସନ ଫାଷ୍ଟ ଟିଭି ପକ୍ଷରୁ ଖବର ପ୍ରସାରଣ ହୋଇଥିଲା ଏହି ପ୍ରସାରଣକୁ ପରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବିସ୍ଲେରୀ ପାନୀୟ ଜଳ ବ୍ୟାପକଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ସୂଚନା ମୁତାବକ ନେସନ ଫାଷ୍ଟ ଟିଭିରେ ଖବର ପ୍ରସାରଣ ପରେ ୭୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବିସ୍ଲେରୀ ପାନୀୟ ଜଳର ବିକ୍ରୟ ପ୍ରଭାବିତ ହୋଇଥିବା କହିଛନ୍ତି ଜଣେ ବିକ୍ରେତା ସବୁଠାରୁ ବଡ଼କଥା ହେଉଛି ଅଶୁଦ୍ଧ ପାନୀୟ ଜଳ ଥିବା ବିସ୍ଲେରୀ ବୋତଲ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ପ୍ୟାକିଙ୍ଗ୍ ହୋଇଥିଲା ଖବର ପ୍ରସାରଣ ପରେ ଏ ନେଇ ବିସ୍ଲେରୀ କମ୍ପାନୀର ଅଧିକାରୀ ସୂଚନା ପାଇଥିଲେ ସୁଦ୍ଧା ଏ ନେଇ କୌଣସି ପ୍ରତିକ୍ରିୟା ବା ସ୍ପଷ୍ଟିକରଣ ଅଦିଆବଧି ଦେଇନାହାଁନ୍ତି