ସେଲ୍‌ ଅଧ୍ୟକ୍ଷଙ୍କ ରାଉରକେଲା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ : ନବିକୃତ ଷ୍ଟାଡିୟମ ଉଦ୍‌ଘାଟନ

1 min read

????????????????????????????????????

Spread the love

 “ଆସନ୍ତୁ ମିଳିମିଶି କାର୍ଯ୍ୟକରି ସେଲକୁ ସଫଳତା, ସମନ୍ୱୟ, ସ୍ଥିରତା ଏବଂ ଅନ୍ତର୍ଭୂକ୍ତିକରଣର ଏକ ଉଜ୍ଜ୍ଵଳ ଉଦାହରଣ ରୂପେ ଗଢିବା,” ବୋଲି ରାଉରକେଲା ଇସ୍ପାତ କାରଖାନାର ଗୋପାବନ୍ଧୁ ପ୍ରେକ୍ଷାଳୟରେ କର୍ମଚାରୀ ସମୂହଙ୍କୁ ମତ ବିନିମୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେଲ ଅଧ୍ୟକ୍ଷ ସୋମା ମଣ୍ଡଳ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ଉପସ୍ଥିତ ଥିଲେ। ଏହି ମତବିନିମୟ ଅଧିବେଶନରେ ଆରଏସପିର ସମସ୍ତ ନିର୍ବାହୀ ନିର୍ଦ୍ଦେଶକ, ମୁଖ୍ୟ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଏବଂ କାରଖାନାର ବିଭିନ୍ନ ବିଭାଗର ୪୦୦ ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଆରଏସପିର ଉଲ୍ଲେଖନୀୟ ପ୍ରଦର୍ଶନର ପ୍ରଶଂସା କରି ଶ୍ରୀମତୀ ମଣ୍ଡଳ କହିଥିଲେ ଯେ, “କାରଖାନାର ସବୁ ସ୍ତରରେ ଦୃଶ୍ୟମାନ ଉତ୍ସାହ ଏବଂ କମ୍ପାନୀ ପାଇଁ ସାମୂହିକଙ୍କ ଉତ୍ସର୍ଗୀକୃତ ଭାବନା ଆରଏସପିକୁ ଅନେକ ମହତ୍ତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଏବଂ ନୂତନ ମାନଦଣ୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ଆଗାମୀ ଦିନରେ ଏହା ଯେକୌଣସି କଠିନ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ।”

ଅତ୍ୟାଧୁନିକ ହଟ୍ ଷ୍ଟ୍ରିପ୍ ମିଲ୍-୨ ର ସଫଳ ଦ୍ରୁତ ସ୍ଥିରତା ହାସଲ ପାଇଁ ସେ ଆରଏସପି ସାମୂହିକଙ୍କ ପ୍ରଶଂସା କରିଥିଲେ ଏବଂ ଆଗାମୀ ସମସ୍ତ ପ୍ରକଳ୍ପର ଶୀଘ୍ର ତଥା ସଠିକ୍ ସମୟରେ ସମାପ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଆକାଙ୍ଖିତ ଫଳାଫଳ ପାଇବା ପାଇଁ ଅତ୍ୟାବଶ୍ୟକ ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଶୀଘ୍ର ନିଷ୍ପତ୍ତି ନେବା ଏବଂ ନିଷ୍ପତ୍ତିଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଫଳାଫଳ ହାସଲରେ ସହାୟକ ହେବ। ଶ୍ରୀମତୀ ମଣ୍ଡଳ ମଧ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତଙ୍କୁ ନିଜନିଜର ଡ଼ିଏନଏରେ ସୁରକ୍ଷିତ କାର୍ଯ୍ୟଶୈଳୀକୁ ଅନ୍ତର୍ନିହିତ କରିବାକୁ ପରାମର୍ଶ ଦେଇଥିଲେ। ଲ ଅଧ୍ୟକ୍ଷ ରାଉରକେଲା ସହିତ ତାଙ୍କର ଭାବଗତ ସମ୍ପର୍କର ସ୍ମୃତିଚାରଣ କରିଥିଲେ ଯେଉଁଠାରେ ସେ ତାଙ୍କ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିଥିଲେ। “ଏହି ସ୍ଥାନ ମୋ ହୃଦୟର ଅତି ନିକଟତର। ଯେତେବେଳେ ବି ମୁଁ ଏହି ସହର ପରିଦର୍ଶନ କରେ ମୁଁ ନିଜ ଘରକୁ ଫେରିବା ଭଳି ଅନୁଭବ କରେ,” ବୋଲି ସେ ମତବ୍ୟକ୍ତ କରିଥିଲେ। ଶ୍ରୀ ଭୌମିକ ତାଙ୍କ ସମ୍ବୋଧନରେ କହିଥିଲେ ଯେ, “ସେଲ ଅଧ୍ୟକ୍ଷଙ୍କ ନେତୃତ୍ୱରେ ସୌହାର୍ଦ୍ଦ, ସହଭାଗୀ  ଏବଂ ସହାନୁଭୂତି ଭଳି ବିଶେଷ ଗୁଣ ଯାହା ଟିମ ଆରଏସପିକୁ ସଫଳତାର ନୂତନ ଶିଖର ଛୁଇଁବାରେ ସହାୟତା କରିଛି ଏବଂ ସର୍ବୋପରି ସେଲକୁ ଇତିହାସର ନୂତନ ପୃଷ୍ଠା ସୃଷ୍ଟି କରିବାରେ ସାହାଯ୍ୟ କରିଛି।“ ମତବିନିମୟ ଅଧିବେଶନରେ, ଅନେକ କର୍ମଚାରୀ ସେମାନଙ୍କ ଅଭିଜ୍ଞତା ସହଭାଗିତା କରିଥିଲେ ଏବଂ ସେଲ ଅଧ୍ୟକ୍ଷଙ୍କ ସହ ମତବିନିମୟ କରିଥିଲେ।

????????????????????????????????????

ଜାତୀୟ ସଂଗୀତ ପରିବେଷଣ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ ସମାବେଶକୁ ସ୍ୱାଗତ କରିଥିବାବେଳେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପ୍ରମୋଦ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସମ୍ପର୍କ ବିଭାଗର ଡ଼ିଜିଏମ ତଥା ସଞ୍ଚାରମୁଖ୍ୟ ଅର୍ଚ୍ଚନା ଶତପଥୀ ଅଧିବେଶନର ସଂଯୋଜନା କରିଥିଲେ। ଅନ୍ୟ ଏକ କାର୍ଜ୍ୟକ୍ରମରେ ସେଲ ଅଧ୍ୟକ୍ଷ ‘ମନ୍ଥନ’ ସମ୍ମିଳନୀ ହଲରେ ଯୁବ ଅଧିକାରୀଙ୍କ ଏକ ଗୋଷ୍ଠୀ ସହିତ ଯୋଗାଯୋଗ କରିଥିଲେ। ପରେ ଅପରାହ୍ନରେ ଶ୍ରୀମତୀ ମଣ୍ଡଳ ବିଭିନ୍ନ ଟ୍ରେଡ ୟୁନିୟନ ଏବଂ ଅଧିକାରୀ ସଂଘର ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେଲ ଅଧ୍ୟକ୍ଷ ମହାତ୍ମା ଗାନ୍ଧୀ ଉଦ୍ୟାନ ଗସ୍ତ କରି ସେଠାରେ ଏକ ଚାରା ରୋପଣ କରିଥିଲେ। ଏହାପରେ ସେକ୍ଟର-୫ ରେ ନବୀକୃତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ କମ୍ପ୍ଲେକ୍ସର ଉଦଘାଟନ କରିଥିଲେ। ଷ୍ଟାଡିୟମରେ ଥିବା ସୁବିଧାଗୁଡ଼ିକ ସମ୍ପର୍କରେ ସେ ଅବଗତ ହୋଇଥିଲେ। ଏହାପରେ ସେ ସେଲ ହକି ଏକାଡେମୀ ଏବଂ ଟାଟା ହକି ଏକାଡେମୀ ମଧ୍ୟରେ ଖେଳାଯାଇଥିବା ପ୍ରଦର୍ଶନୀ ହକି ମ୍ୟାଚ ଦେଖିଥିଲେ  ଏବଂ ଖେଳାଳିମାନଙ୍କ ସହିତ ମଧ୍ୟ ପରିଚିତ ହୋଇଥିଲେ। ଏହି ଅବସରରେ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!