ବିଦ୍ୟାଳୟ ବନ୍ଦ ନେଇ ସରକାରୀ ନିର୍ଦ୍ଦେଶ ସନ୍ଧ୍ୟାରେ:ବୁଧବାର ସ୍ମାର୍ଟ ସିଟି ରାଉରକେଲାରେ ଅନେକ ବିଦ୍ୟାଳୟ ଖୋଲା
1 min read
ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସ୍କୁଲ୍ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା ହେଲା। ଏହାକୁ ନେଇ ସ୍ମାର୍ଟ ସିଟି ରାଉରକେଲାର ଅନେକ ସ୍କୁଲ୍ ଅଭିଭାବକମାନଙ୍କୁ ସୂଚନା ଦେବା ସମ୍ଭବ ହୋଇ ନଥିଲା। ତେଣୁ ବୁଧବାର ଦିନ ସହରର ଅନେକ ବେସରକାରୀ ବିଦ୍ୟାଳୟ ଖୋଲାଥିବା ଦେଖିବାକୁ ମିଳିଥିଲା। ଏ ନେଇ କିଛି ବିଦ୍ୟାଳୟ କର୍ତ୍ତୃପକ୍ଷ ବିଳମ୍ବରେ ମିଳିଥିବା ସୂଚନା ପାଇଁ ସମସ୍ତଙ୍କୁ ସୂଚନା ଦେବା ସମ୍ଭବ ହୋଇ ନଥିଲା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା କାଲି ଅର୍ଥାତ୍ ଗୁରୁବାରଠାରୁ ସମସ୍ତ ସ୍କୁଲ୍ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେହିଭଳି ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ସରକାରୀ ନିର୍ଦ୍ଦେଶ ମୁତାବକ ଅପ୍ରେଲ ୧୬ ତାରିଖ ପରେ ଆଉଥରେ ସ୍କୁଲ୍ ଖୋଲିବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।