ବନ୍ଧମୁଣ୍ଡା ରେଳବାଈ କଲୋନୀରୁ ଚୋରୀ ଅଭିଯୋଗରେ ଦୁଇ ଗିରଫ

1 min read
Spread the love

ରାଉରକେଲା ସହରର ବନ୍ଧମୁଣ୍ଡା ରେଳବାଈ କଲୋନୀରୁ ଚୋରୀ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି୤ ସୂଚନା ମୁତାବକ ବନ୍ଧମୁଣ୍ଡା ସେକ୍ଟର-ସି ସ୍ଥିତ ଘର ନଂ – ୧୮୪ ରେ ରହୁଥିବା ଆର ଏନ ବିଶ୍ବକର୍ମାଙ୍କୁ ଘରୁ ଚୋରୀ ହୋଇଥିଲା୤ ଏ ନେଇ ବନ୍ଧମୁଣ୍ଡାରେ ଥାନାରେ ଅଭିଯୋଗ କରାଯାଇଥିଲା୤ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଚୋରୀହୋଇଥିବା କିଛି ସାମଗ୍ରୀ ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି୤ ଗିରଫ ଦୁଇଜଣ ହେଉଛନ୍ତି ରାୟବୋଗା ଅଞ୍ଚଳର ମନୋଜ କିଣ୍ଡୋ, ସୁନ୍ଦରଗଡ଼ ଅଞ୍ଚଳର ଦେବଗନ କୁଲ୍ଲୁ ୤ ଏମାନଙ୍କ ନିକଟରୁ ଚୋରି ଯାଇଥିବା ଦୁଇତି ମୋବାଇଲ ଫୋନ୍‌, ଗୋଟିଏ କ୍ୟାମେରା ଓ ଗୋଟିଏ ସାମ୍‌ସଙ୍ଗ ଟାବ୍‌ଲେଟ ମଧ୍ୟ ଉଦ୍ଧାର କରାଯାଇଛି୤

Leave a Reply

Your email address will not be published. Required fields are marked *

error: Content is protected !!