ବନ୍ଧମୁଣ୍ଡାରେ ଦୁଇଦିନିଆ ମେନ୍ସ କଂଗ୍ରେସର ବୈଠକ ଅନୁଷ୍ଠିତ
1 min read

ଦକ୍ଷିଣପୂର୍ବ ରେଳବାଇ କଂଗ୍ରେସ ପକ୍ଷରୁ ଦୁଇଦିନିଆ ମେନ୍ସ କଂଗ୍ରେସର ସାଧାରଣ ପରିଷଦର ବୈଠକ ବନ୍ଧମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି ବନ୍ଧମୁଣ୍ଡା ରେଳବାଇ ଇନ୍ଷ୍ଟିଚ୍ୟୁଟ ପରିସରରେ ଆୟୋଜିତ ଏହି ବୈଠକରେ ଦକ୍ଷିଣ ପୁର୍ବ ରେଳବାଈର ୪ଟି ଡିଭିଜନ୍ ସମେତ ମୁଖ୍ୟାଳୟରୁ ପ୍ରତିନିଧିମାନେ ଯୋଗଦେଇଛନ୍ତି ଏଥିରେ ମୁଖ୍ୟ ଅତିଥିଭାବେ ରେଳବାଈ କର୍ମଚାରୀ ମହାସଂଘର ସହାୟକ ସଂଯୁକ୍ତ ସଚିବ ଏନ୍ ଆର ମିଶ୍ରା ଯୋଗଦେଇଥିଲେ ଏହା ସହିତ ଚକ୍ରଧରପୁର ରେଳ ଡିଭିଜନର ସଂଯୋଜକ ଶଶିରଞ୍ଜନ ମିଶ୍ରଙ୍କ ସମେତ ନିତ୍ୟଲାଲ ମଣ୍ଡଳ, ରାଞ୍ଚି ଡିଭିଜନ୍ର ସଂଯୋଜକ ରତନ ପଣ୍ଡା, କେନ୍ଦ୍ରୀୟ କୋଷାଧ୍ୟକ୍ଷ ଦିପଙ୍କର ରାୟ ପ୍ରମୁଖ ଏହି ବୈଠକରେ ଯୋଗଦେଇଛନ୍ତି ଏହି ବୈଠକରେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ସହିତ ବନ୍ଧମୁଣ୍ଡା ରେଳବାଈ ହସ୍ପିଟାଲ୍ର ବିଭିନ୍ନ ସମସ୍ୟା ଆଦି ବିଷୟରେ ଆଲୋଚନା ହୋଇଛି ଏହି ବୈଠକରେ ମେନ୍ସ କଂଗ୍ରେସର ଡି ଏସ ରାଓ, ଦେବାଶିଷ ପତି, ଜିତେନ୍ଦ୍ର କୁମାର ସିଂହ, ପି ଭେଙ୍କଟ ରାଓ, ତ୍ରିଲୋଚନ ପଣ୍ଡା, ଓ ପି ବାଜପେୟୀ ଓ ରାକେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ