ଉଚ୍ଚ କର୍ତ୍ତୃପକ୍ଷଙ୍କ ଚିଠି ପରେ ମଧ୍ୟ ରାଉରକେଲା ରେଳ ଷ୍ଟେସନରେ ଚାଲିଛି ବେଆଇନ ବିକ୍ରେତାଙ୍କ ରାଜୁତି

1 min read
Spread the love

ରାଉରକେଲା ରେଳ ଷ୍ଟେସନ୍‌ରେ ଗତ ଅନେକ ଦିନ ଧରି ବେଆଇନ ବିକ୍ରେତା ବା ଭେଣ୍ଡରଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ରେଳବାଇର ବରିଷ୍ଠ ଅଧିକାରିଙ୍କ ଦ୍ୱାରା  ରାଉରକେଲା ରେଳବାଇ ଥାନାକୁ ଏକ ପତ୍ର ଲେଖି ବେଆଇନ ବିକ୍ରେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ୱେ ମଧ୍ୟ ପଞ୍ଜିକୃତ ବିକ୍ରେତାଙ୍କ ତୁଳନାରେ ଅଣପଞ୍ଜୀକୃତ ବିକ୍ରେତାଙ୍କ ରାଜୁତି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ରେଳଯାତ୍ରୀଙ୍କ ସମେୟ ପଞ୍ଜୀକୃତ ବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କେଉଁ ଅଜଣା କାରଣରୁ ରେଳ ଷ୍ଟେସନର ବରିଷ୍ଠ ଅଧିକାରୀ ଏବଂ ରେଳ ସୁରକ୍ଷା ବଳର ଅଧିକାରୀମାନେ ବେଆଇନ ବିକ୍ରେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ତାହା ଆଲୋଚନାର ବିଷୟ ହୋଇଛି। କିଛି ପଞ୍ଜିକୃତ ବିକ୍ରେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ବେଆଇନ ବିକ୍ରେତା ଓ ରେଳ ଷ୍ଟେସନର ବାଣିଜ୍ୟିକ ଅଧିକାରୀ ସହିତ ରେଳ ସୁରକ୍ଷା ବଳର ଅଧିକାରୀଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ଚକ୍ରଧରପୁର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ କିମ୍ବା ଦକ୍ଷିଣପୂର୍ବ ରେଳ ବାଇର ବରିଷ୍ଠ ଅଧିକାରୀ ଗୋପନ ତଦନ୍ତ କଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ଆଲୋଚନା ହେଉଛି।  

Leave a Reply

Your email address will not be published. Required fields are marked *

error: Content is protected !!