ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଆରମ୍ଭ ହେଲା ଗ୍ରୀଷ୍ମକାଳିନ ହକି ପ୍ରଶିକ୍ଷଣ ଶିବିର
1 min read

ରାଉରକେଲାରେ ଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଓମବାରଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳିନ ହକି ପ୍ରଶିକ୍ଷଣ ଶିବିର ଏହି ଶିବିରକୁ ବରିଷ୍ଠ ହକି ପ୍ରଶିକ୍ଷକ ପୀଟର ତିର୍କୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଂଗ୍ରାମ କେଶରୀ ବେହେରା ଓ ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଉଦ୍ଘାଟନ କରିଥିଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ୧୨ ଦିନିଆ ଅର୍ଥାତ୍ ଦୁଇସପ୍ତାହବ୍ୟାପି ଶିବିରରେ ଯୋଗଦେବା ପାଇଁ ୬ରୁ ୧୬ ବର୍ଷ ବର୍ଗର ୭୫୦ରୁ ଅଧିକ ପିଲା ପଞ୍ଜୀକରଣ କରିଛନ୍ତି ନିକଟରେ କାର୍ଯ୍ୟକ୍ଷମ ହୋଇ ଅନ୍ତର୍ଜାତୀୟ ପୁରୁଷ ବିଶ୍ବ କପ୍ ହକି ଖେଳ ହୋଇଥିବା ଏହି ଷ୍ଟାଡିୟମ୍ରେ ଉଦୀୟମାନ ହକି ଖେଳାଳୀମାନେ ପ୍ରଶିକ୍ଷଣ ନେବା ପାଇଁ ବେଶ୍ ଆଗ୍ରହୀ ଥିବା ଜଣାପଡ଼ିଛି