ଆଦି ମହୋତ୍ସବ ଦେଖିବା ପାଇଁ ଇସ୍ପାତ ସହର ବାସିନ୍ଦାଙ୍କ ବିପୁଳ ଉତ୍ସାହ

1 min read
Spread the love

ରାଉରକେଲା ଠାରେ ଆୟୋଜିତ ଆଦିବାସୀ କଳା ଓ ସଂସ୍କୃତିର ପର୍ବ ‘ଆଦି ମହୋତ୍ସବ’ର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଇସ୍ପାତ ସହରବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଦ୍ବିତୀୟ ଦିନ ଉତ୍ସବରେ ତଲସେରାର ଭବାନୀ ଶଙ୍କର ଭୋଇ ଏବଂ ଆରଏସପି କାର୍ଯ୍ୟ ବିଭାଗର ଇଡ଼ି, ଏସ୍ ଆର ସୂର୍ଯ୍ୟବଂଶୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିଭଳି ତୃତୀୟ ଦିନ ଉତ୍ସବରେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ଆଞ୍ଚଳିକ ଶ୍ରମ ଆୟୁକ୍ତ, ଏସ୍ କେ ସେଠୀ ସାଂସ୍କୃତିକ ସନ୍ଧ୍ୟାରେ ସମ୍ମାନିତ ଅତିଥି ଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିମାନେ ଷ୍ଟଲ ପରିଦର୍ଶନ କରି ସଂସ୍କୃତି, ପରମ୍ପରା, କଳା ଏବଂ ହସ୍ତଶିଳ୍ପ ଦୃଷ୍ଟିରୁ ମେଳାର ବିବିଧ ପ୍ରକୃତିର ପ୍ରଶଂସା କରିଥିଲେ।

ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବାରେ ଟ୍ରାଇଫେଡ ଏବଂ ଆରଏସପି ଦ୍ୱାରା ନିଆଯାଇଥିବା ପଦକ୍ଷେପର ସେମାନେ ପ୍ରଶଂସା କରିଥିଲେ। ଅତିଥିମାନେ ଊଦ୍ୟୋଗୀମାନଙ୍କର ଆର୍ଥିକ ସଶକ୍ତିକରଣ ପ୍ରୟାସରେ ରାଉରକେଲାଙ୍କୁ ସହଯୋଗ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଦୁଇଦିନର ସନ୍ଧ୍ୟାରେ ସୁନ୍ଦରଗଡର ସ୍ଥାନୀୟ ଆଦିବାସୀ ଗୋଷ୍ଠୀଙ୍କ କରମ ଯାତ୍ରା ଏବଂ ଦମକଚ ନୃତ୍ୟ ସହିତ ଚାଙ୍ଗୁ ଓ ବିହା ନୃତ୍ୟର ମୁଖ୍ୟ ଆକର୍ଷଣ ଥିଲା | ଏଥିରେ ଆର୍‌ଏସପି ମାର୍କେଟିଂ ମୁଖ୍ୟ, ଦେବାଶିଷ ଧଳ ଏବଂ ଟ୍ରାଇଫେଡ୍ ଓଡିଶାର ଆଞ୍ଚଳିକ ପରିଚାଳକ ରାହୁଲ କୁମାର ସମସ୍ତ ସମ୍ମାନିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୁଶ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଉଭୟ ସନ୍ଧ୍ୟାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!