ବିଧାୟକଙ୍କ ହସ୍ତକ୍ଷେପ ଫଳରେ ବସ୍ତିରୁ ଉଠିଲା ଆବର୍ଜନା

1 min read
Spread the love

ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚକରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୬ ସ୍ଥିତ ଆନନ୍ଦମାର୍ଗ ବସ୍ତିରେ ଦୀର୍ଘଦିନ ଧରି ବର୍ଯ୍ୟବସ୍ତୁ ଗୁଡିକ ଜମା ହୋଇ ପଡି ରହିଥିବା କାରଣରୁ ଅଞ୍ଚଳରେ ଦୁର୍ଗନ୍ଧ ବୃଦ୍ଧି ପାଇବା ସହ ବାୟୁମଣ୍ଡଳ ମଧ୍ୟ ଦୂଷିତ ହେଉଥିଲା । ଏ ସମ୍ବନ୍ଧରେ ବସ୍ତି ବାସିନ୍ଦାମାନେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଶ୍ରୀ ଦୁର୍ଗା ଠୁଳ ହୋଇଥିବା ବର୍ଜ୍ୟବସ୍ତୁ ସବୁକୁ ସ୍ଥାନାନ୍ତର କରିବା ପାଇଁ ରାଉରକେଲା ଇସ୍ପାତ କାରଖାନାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଫଳରେ ଏହି ବସ୍ତିରେ ଦୀର୍ଘଦିନ ହେବ ଠୁଳ ହୋଇ ରହିଥିବା ବର୍ଜ୍ୟବସ୍ତୁ ସବୁକୁ ରାଉରକେଲା ଇସ୍ପାତ କାରଖାନାର ସହରସେବା ପ୍ରଶାସନର ଅଧିକାରୀମାନଙ୍କ ସହଯୋଗରେ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!