ସର୍ବେଶ ରିଫ୍ରାକ୍ଟୋରୀରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା  ।

1 min read
Spread the love


ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସର୍ବେଶ ରିଫ୍ରାକ୍ଟୋରୀ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା ଦାୟର କରାଯାଇଛି। ସୂଚନା ମୁତାବକ ରାଜେଶ ଲାକ୍ରା ନାମକ ରତାଖଣ୍ଡି ଅଞ୍ଚଳର ବାସିନ୍ଦା ଜଣେ ଫିଟର ଶ୍ରମିକ ପ୍ରତିଦିନ ଭଳି ଗୁରୁବାର ମଧ୍ୟ କାରଖାନାରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ରାଜେଶଙ୍କ ପତ୍ନୀଙ୍କୁ କାରଖାନାର ଜଣେ ବ୍ୟକ୍ତି ରାଜେଶଙ୍କ ମୃତ୍ୟୁ ଖବର ଦେଇଥିଲେ। ଏହାକୁ ନେଇ ମୃତକ ରାଜେଶଙ୍କ ପତ୍ନୀ ବିରମିତ୍ରପୁର ଥାନାରେ ଏକ ଲିଖିତ ଏତଲା ଦେଇ ମାମଲାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ ଓ ଶ୍ରମିକର ପରିବାରର ଜଣେ ସଦସ୍ୟକୁ କାରଖାନାରେ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି ଉତ୍ୟକ୍ତ ଲୋକେ!

ମିଳିଥିବା ସୂଚନା ଅନୁଯାଇ ବିଜାବାହାଲ ଠାରେ ଥିବା ରାମକୋ ପ୍ରାଇଭେଟ ଲିମିଟେଡ଼ ପ୍ଲାଣ୍ଟ୍‌ରେ ଶ୍ରମିକ ଭାବରେ ଖୁଖୁଣ୍ଡୁବାହାଲ ଗ୍ରାମ ପଞ୍ଚାୟତର ରତାଖଣ୍ଡି ଗ୍ରାମର ବାସିନ୍ଦା ରାଜେଶ ଲାକ୍ରା 48 ଓ ଲସେ ଗ୍ରାମର ସଂଜୟ ଲାକ୍ରା 40 ରାମକୋ ପ୍ରାଇଭେଟ ଲିମିଟେଡ଼ ପ୍ଲାଣ୍ଟ୍‌ରେ ଶ୍ରମିକ ଭାବରେ କାମ କରୁଥିଲେ! ଗତକାଲି ରାତିରେ ଦୁଇଜଣ ପ୍ଲାଣ୍ଟରେ କାମ କରୁଥିବା ସମୟରେ ଉପରୁ ତଳକୁ ହଠାତ ଖସି ପଡ଼ିଥିଲେ ! ତଳେ ପଳିବା ବେଳେ ରାଜେଶ ଲାକ୍ରାଙ୍କ ମୁଣ୍ଡ ତଳେ ଠିଆ ହୋଇଥିବା ଏକ ହାଇଡ୍ରା ଗଳିରେ ପିଟି ହେବା ସହ ସାଥି ଶ୍ରମିକ ସଞ୍ଜୟ ଲାକ୍ରା ଗୁରୁତର ଆହତ ହୋଇଥିଲେ! ଗୁରୁତର ଅବସ୍ଥାରେ ସାଥୀ ଶ୍ରମିକମାନେ ଦୁହିଁଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ! ସେଠାରେ ଡାକ୍ତର ରାଜେଶ ଲାକ୍ରାଙ୍କୁ ମୃତ ଘୋଷଣା କରିଥିଲେ!

ସଞ୍ଜୟ ଲାକ୍ରାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା! ଆଜି ସକାଳେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଶ୍ରମିକଙ୍କ ପରିବାର,ଗ୍ରାମବାସୀଙ୍କ ସହିତ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀ ତାଙ୍କ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ ଓ ଶ୍ରମିକର ପରିବାରର ଜଣେ ସଦସ୍ୟକୁ କାରଖାନାରେ ନିଯୁକ୍ତି ଦାବିକରି ଧାରଣା ଦେଇଥିଲେ! ଖବର ପାଇ ବୀରମିତ୍ରପୁର ଥାନା ଅଧିକାରୀ ରାମପ୍ରସାଦ ନାଗ, ଏସଆଇ ପ୍ରଦୀପ କୁମାର ସାହୁ ପ୍ରମୁଖ ପୁଲିସ ଦଳସହ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇଥିଲେ! ମୃତଙ୍କ ପରିବାର ବର୍ଗଙ୍କୁ 15 ଲକ୍ଷ ଟଙ୍କା ପ୍ରଦାନ ଓ ଶ୍ରମିକର ପରିବାରର ଜଣେ ସଦସ୍ୟକୁ କାରଖାନାରେ ନିଯୁକ୍ତି ପ୍ରତିଶ୍ରୁତି ସହ ଶବ ସ୍ୱତ୍କାର ପାଇଁ ନଗଦ 50 ହଜାର ଟଙ୍କା ପ୍ରଦାନ ପରେ ଯାଇ ମାମଲା ଶାନ୍ତ ହୋଇଥିଲା! ବୀରମିତ୍ରପୁର ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଚଳାଇଛି!

Leave a Reply

Your email address will not be published. Required fields are marked *

error: Content is protected !!