ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ମିଳିତ ଶ୍ରମିକ ସଂଘଟନ ମଞ୍ଚର ଦାବିପତ୍ର
1 min read
ରାଉରକେଲା: – କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଚାରୋଟି ଶ୍ରମ କୋଡ଼ ଶ୍ରମିକ ବିରୋଧୀ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ମିଳିତ ଶ୍ରମିକ ସଙ୍ଗଠନ ମଞ୍ଚ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦିଆଯାଇଅଛି । ଏଥିରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସିଆଟିୟୁର ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି , ଅନ୍ୟତମ ବରିଷ୍ଠ ନେତା ବସନ୍ତ ନାୟକ ଏବଂ ବିମାନ ମାଇତି, ରାଉରକେଲା ମଜଦୂର ସଭାର ସଭାପତି ଶଶଧର ନାୟକ, ଏଆଇଟିୟୁସିର ପ୍ରଦୋଷ କୁମାର ମହାନ୍ତି, ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ, ଆଇଏନ୍ଟିୟୁସିର ନିହାର ଦାସ, ଅକ୍ଷୟ ଜେନା, ଦିଲୀପ କୁମାର ମହାପାତ୍ର, ହିନ୍ଦ୍ ମଜ୍ଦୁର ସଭାର ସତ୍ୟାନନ୍ଦ ବେହେରା, କଳାକାର ସାହୁ, ଦିଗମ୍ବର ମହାନ୍ତିଙ୍କ ସମେତ ଏଆଇଟିୟୁସିର ର ବିଷ୍ଣୁ ପଣ୍ଡା, ସଦାନନ୍ଦ ସାହୁ ଏବଂ ବରିଷ୍ଠ ଶ୍ରମିକ ନେତା ସତ୍ୟପ୍ରିୟ ମହାନ୍ତି ,ଏନ୍ କେ ମହାନ୍ତି , ସିୟର ଶ୍ରମିକ ସଙ୍ଗଠନରର ହେମନ୍ତ କୁମାର ବେହୁରା ପ୍ରମୁଖ କେନ୍ଦ୍ରୀୟ ଶ୍ରମ ଆୟୁକ୍ତ କ୍ରାର୍ଯ୍ୟାଳୟରେ ପହଞ୍ଚି ଭୁବନେଶ୍ୱରରୁ ପହଞ୍ଚିଥିବା ଅନ୍ୟତମ ବରିଷ୍ଠ ଶ୍ରମ ଅଧିକାରୀ ଚିରଞ୍ଜିବୀ ସାଇକିଆଙ୍କ ସହ ଆଲୋଚନା କରିଥିଲେ। ଏହା ସଙ୍ଗେ ସଙ୍ଗେ ନୂତନ ଶ୍ରମ କୋଡ଼ ଦ୍ୱାରା ଶ୍ରମିକ ଅଧିକାର କ୍ଷୁର୍ଣ୍ଣ ହେବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଶେଷରେ ଏହି କଳା ଶ୍ରମ କୋଡ଼ ଶ୍ରମିକ ବିରୋଧୀ , ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ , ଏହା କେବଳ ମାଲିକ ମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସରକାର ଲାଗୁ କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଏହି ଶ୍ରମ କୋଡ଼ ଲାଗୁକରି ସ୍ବାଧୀନତା ପୂର୍ବରୁ ମାଲିକମାନଙ୍କ ଶୋଷଣରୁ ରକ୍ଷା ପାଇବା ପାଇଁ କେତେ ସଂଘର୍ଷ ବଦଳରେ ଲାଗୁ ହୋଇଥିବା ୪୪ ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଉକ୍ତ ଚାରୋଟି ଶ୍ରମ କୋଡ଼ ଲାଗୁ କରାଯାଇଛି। ଏଭଳି ଏକ କଳା ଆଇନକୁ ଶ୍ରମିକ ସମାଜ କେବେ ଗ୍ରହଣ କରିବେ ନାହିଁ। ଯଦି ଏହା ପ୍ରତ୍ୟାହୃତ ନ ହୁଏ ତେବେ ଆଗାମୀ ଦିନରେ ସାରା ଭାରତବର୍ଷରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରମିକ ସଂଘର ନେତୃମଣ୍ଡଳୀ ଦୃଢ଼ୋକ୍ତି ପ୍ରକାଶ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
