ସରକାରୀ ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ଦୁର୍ଗା ତନ୍ତୀ
1 min read
ରାଉରକେଲା : ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରବିବାର ଦିନିକିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହିତ ଏକ ସ୍ମାରକପତ୍ର ଦେଇଥିଲେ ଏଥି ସ୍ମାରକପତ୍ରରେ ଡାକ୍ତରଖାନାରେ ଆଇ ସି ୟୁ ଏବଂ ବର୍ଣ୍ଣ ୟୁନିଟ ଖୋଲିବା ସହ ଖାଲିଥିବା ଡାକ୍ତର ପଦରେ ତୁରନ୍ତ ନୂତନ ଡାକ୍ତର ନିଯୁକ୍ତି ଦେବା ସମେତ କେତେକ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା, ଆବଶ୍ୟକ ସଂଖ୍ୟକ ପାରା ମେଡ଼ିକାଲ କର୍ମଚାରୀ ନିଯୁକ୍ତି ଦେବା ସହିତ ବିଭିନ୍ନ ଔଷଧର ଅଭାବକୁ ଦୂର କରିବା ଏବଂ ପାନପୋଷ ଠାରେ ଥିବା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ମଧ୍ୟ ସ୍ତ୍ରୀ ରୋଗ,ଶିଶୁ ରୋଗ ବିଭାଗ, ସର୍ଜରୀ ବିଭାଗ ଏବଂ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନିଯୁକ୍ତି ଦେବା, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଜେନ୍ଦ୍ରରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ସମସ୍ତ କେନ୍ଦ୍ରରେ ଜଣେ ଜଣେ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ଆଦି ରହିଥିଲା ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବରିଷ୍ଠ ସରକାରୀ ଅଧିକାରୀ ଓ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
