ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ସହିତ ଅନ୍ୟାନ୍ୟ ଦାବୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଦୁର୍ଗା ତନ୍ତୀ
1 min read
ଦକ୍ଷିଣପୂର୍ବ ରେଳବାଇ ଅଞ୍ଚଳରେ ପରିଚାଳିତ ତଥା ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇର ପ୍ରତକ୍ଷ ତତ୍ୱାବଧାନରେ ଥିବା ସୁନ୍ଦରଗଡ଼ ରାଜସ୍ବ ଜିଲ୍ଲା ଅଞ୍ଚଳର ବଣେଇଗଡ଼ ଉପଖଣ୍ଡ ଅନ୍ତର୍ଗତ ଲାଠିକଟା, ଚମ୍ପାଝରଣ,ଚାନ୍ଦିପୋଷ,ପଟାସାହି,ରେଞ୍ଜଡା, ରକ୍ସି, ବାରସୁଆଁ, ଗଗନାପୋଷ, ଏବଂ ବିରମିତ୍ରପୁର ସମେତ ହେମଗିରି,କନିକା ଆଦି ରେଲୱେ ସାଇଡିଙ୍ଗରୁ ଡିଭିଜନ୍ର ବାର୍ଷିକ ମୋଟ ଆୟର ପ୍ରାୟ ୭୦ଭାଗରୁ ଅଧିକ ରାଜସ୍ବ ଆଦାୟ କରୁଛି । ଏହା ସହିତ ରାଉରକେଲା ଦେଇ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ଅନେକ ଯାତ୍ରୀବାହୀ ଟ୍ରେନ ଯାତାୟାତ ଜରୁଛି । ରେଳବାଇ ଏଥିରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ କରୁଛି । ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଆମର ଏଇ ବନ୍ଧମୁଣ୍ଡା ଅଞ୍ଚଳ ଚକ୍ରଧରପୁର ଡିଭିଜନର ରାଜସ୍ବ ଆଦାୟରେ ଏକ ପ୍ରମୁଖ ଭୂମିକା ନେଇଥିବା ବେଳେ ଏହିସବୁ ଅଞ୍ଚକରେ ରେଳବାଇର ଭିତ୍ତିଭୂମି ବିକାଶ କରି ଲୋକଙ୍କୁ ସେମାନଙ୍କର ନ୍ୟୁନତମ ଆବଶ୍ୟକତା ପୂରଣ କରାଇବାରେ ସହାୟକ ହେବା ବଦଳରେ ରେଲୱେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏହି ଅଂଚଳପ୍ରତି ସର୍ଵଦା ବୈମାତୃକ ଭାବ ପୋଷଣ କରିଆସୁଛନ୍ତି । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଉରକେଲାକୁ ରେଳ ଡିଭିଜନ ପ୍ରତିଷ୍ଠା କରିବା ସହ ବଣେଇଗଡ଼ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ଆବାଳବୃଦ୍ଧବନିତାଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ଗତ ୬୦/୭୦ ବର୍ଷରୁ ଉର୍ଦ୍ଧ୍ଵ ସମୟରୁ ଦାବି ହୋଇଆସୁଥିବା ବିମଲାଗଡ ରୁ ତାଳଚେର କୁ ସଂଯୋଗ ନିମିତ୍ତ ନିର୍ମାଣାଧୀନ ଥିବା ନୂତନ ରେଳ ମାର୍ଗର ଗତି ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ତନ୍ତି ଦାବି କରି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇ ଆଲୋଚନା କରିଛନ୍ତି । ଏହା ସହିତ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇବା ନିମନ୍ତେ ଶ୍ରୀ ତନ୍ତି ଅନୁରୋଧ କରିଛନ୍ତି।