ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦ୍ଯାପିତ
1 min read
ମ୍ୟୁନିସିପାଲ ହାଇର ସେକେଣ୍ଡରୀ ସ୍କୁଲ, ରାଉରକେଲା ଆନୁକୂଲ୍ୟରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ବାର୍ଷିକ ଖେଳକୁଦ ପ୍ରତିଯୋଗିତା ବିର୍ସା ମୁଣ୍ଡା ଏଥଲେଟିକ ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାପେ ପରିଷଦ ର ଅଧ୍ୟକ୍ଷ ମୃଣାଳ କାନ୍ତି ଦାଶ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦେଇଥିଲେ l ଶ୍ରୀ ଦାଶ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ କାର୍ଯ୍ୟକ୍ରମ କୁ ପରିଦର୍ଶନ କରି ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ l ଖେଳାଳିମାନଙ୍କର ଉଚ୍ଚ କୋଟିର ପ୍ରଦର୍ଶନକୁ ଭୁରିୟସ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପରିଷଦ ତରଫରୁ ଏ ନିମନ୍ତେ ସବୁପ୍ରକାର ସହଯୋଗ ଦିଆଯିବ ବୋଲି ଶ୍ରୀ ଦାଶ ଘୋଷଣା କରିଥିଲେ l ଏଥିରେ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ପରିଶଦର ଉପସଚିବ ଡ. ଯଶୋବନ୍ତ ସାମଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସମସ୍ତ ପ୍ରତିଯୋଗିତା ବରିଷ୍ଠ ଅଫିସିଆଲ ସୁସ୍ମିତା ଦତ୍ତ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ପରିଚାଳନା ସମ୍ପାଦକ ରୂପେ ମ୍ୟୁନିସିପାଲ ହାଇର ସେକେଣ୍ଡରୀ ସ୍କୁଲ ର କ୍ରୀଡ଼ା ଶିକ୍ଷକ କ୍ୟାପଟେନ ସତ୍ୟ ନାରାୟଣ ରାଉତଦାୟିତ୍ବ ତୁଲାଇଥିଲେ l ପ୍ରତିଯୋଗିତାରେ ପରିଷଦ ପକ୍ଷରୁ କୋଡିଏ ଜଣ ଅଫିସିଆଲ ନିଯୁକ୍ତି ପାଇଥିଲା ବେଳେ ଏଥିରେ ରାଉରକେଲାରୁ ପ୍ରାୟ ୨୫ ଜଣ ଅଫିସିଆଲ ଙ୍କୁ ନିଯୁକ୍ତି ଦିଆଯାଇଥିଲା l
ପ୍ରତିଯୋଗିତାରେ ଦ୍ରୁତତମ ଧାବକ-ବାଳକ ବିଭାଗରେ ଅଂଶୁମାନ ମହାପାତ୍ର, ମ୍ୟୁନିସିପାଲ ହାଇର ସେକେଣ୍ଡରୀ ସ୍କୁଲ, ରାଉରକେଲା ଏବଂ ସୁଶ୍ରୀ ସ୍ଵାଗତିକା, ଜଟଣୀ ହାଇର ସେକେଣ୍ଡରୀ ସ୍କୁଲ ବାଳିକା ବିଭାଗରେ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଏବଂ ପ୍ରମାଣପତ୍ର ଗ୍ରହଣ କରିଥିଲେ l ବ୍ୟକ୍ତିଗତ ଚାମ୍ପିୟନ ରେ ବାଳକ ବିଭାଗ ରେ କ୍ରିଷ୍ଣା ଅବିନାଶ, ଆଚାର୍ଯ୍ୟ ହରିହର ହାୟର ସେକେଣ୍ଡାରୀ ସ୍କୁଲ୍, ଭୁବନେଶ୍ୱର ଏବଂ ବାଳିକା ବିଭାଗରେ ଆଲୋକୀକ ସ୍ୱାଇଁ ବାଲିକୁଦା ହା. ସେ. ସ୍କୁଲ ର ସାନମାନିତ ଅଥିତି ଙ୍କ ଠାରୁ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଥିଲେ l

ସେହିଭଳି ଗ୍ରୁପ ଚମ୍ପିୟାନ ବାଳକ ବିଭାଗ ରେ କିସ୍, ଭୁବନେଶ୍ୱର ଏବଂ ଉପବିଜେତା ଭାବେ ଏସଡିଆର୍ଏମ୍ଏନ୍ ସ୍କୁଲ, ସର୍ଗିପାଲ୍ଲୀକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ l ବାଳିକା ବିଭାଗରେ ଚାମ୍ପିୟନ ହୋଇଥିଲେ ଡିଆର୍ ନୟାପଲ୍ଲୀ, ଭୁବନେଶ୍ୱର ଏବଂ ବାଲିକୁଦା ହାୟର ସେକେଣ୍ଡାରୀ ସ୍କୁଲ୍ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିବାରୁ ମ୍ୟୁନିସିପାଲ ହାୟର ସଏକେଣ୍ଡାରୀ ସ୍କୁଲ ର ଅଧକ୍ଷ ହରିହର ଦାଶ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ l ପରିଶେଷରେ ଲୋକାଲ ଆଡମିନିଷ୍ଟେସନ, ଷ୍ଟାଡିଅମ ଅଧିକାରୀ ଏବଂ ସପୋର୍ଟ ଷ୍ଟାଫ୍ଫ ଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ l ତତସହିତ ସମସ୍ତ ଅଫିସିଆଲ, ଏନ୍ସିସି ସ୍ବେଚ୍ଛାସେବୀ, ସୁରଜ ତନ୍ତି ଏବଂ କିରଣ ଏରିକା ଖାଲଖୋ ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯେଉଁ ମାନେ ଏହି ପ୍ରତିଯୋଗିତା ରେ ସାମିଲ ଥିଲେ ସମସ୍ତ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ l ଶେଷରେ କଲେଜ ର ଦୀପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରସ୍ତାବ ରଖିଲା ପରେ ପରିଷଦ ର ଅଦକ୍ଷ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କୁ ଉଦଯାପିତ ଘୋଷଣା କରିପରିଷଦ ର ପତାକା କୁ କଲେଜ ର ଅଦକ୍ଷ ଙ୍କୁ ପ୍ରଦାନ କରିଥିଲେ l
