ରାଜ୍ୟ ବିଜେପି ସରକାରଙ୍କ ଶ୍ରମିକ, କର୍ମଚାରୀ ଓ ମହିଳା ବିରୋଧୀ ଶ୍ରମ ଆଇନ ସଂଶୋଧନ ବିରୁଦ୍ଧରେ ଏ ଆଇ ୟୁ ଟି ୟୁ ସି ର ବିକ୍ଷୋଭ

1 min read
Spread the love


କର୍ମଚାରୀ ଓ ମହିଳା ବିରୋଧୀ ନୀତିର ଦୃଢ଼ ପ୍ରତିବାଦ କରି ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ଓଡ଼ିଶା ରାଜ୍ୟ କମିଟି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେଇଛନ୍ତି। ଏହି କ୍ରମରେ ଶନିବାର ଏ ଆଇ ୟୁ ଟି ୟୁ ସି ସୁନ୍ଦରଗଡ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଉଦିତନଗର ସ୍ଥିତ ଆମ୍ବେଦକର ଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ଵିଷ୍ଣୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିକ୍ଷୋଭରେ ବିଜୟ ସାହୁ, ଲେଲିନ ଟେଟେ, ବିରେନ ନାଏକ, ଜନସନ ଲୁମୁଙ୍ଗା, ଚରଣ ମାହାତୋ ପ୍ରମୁଖ ଶ୍ରମିକ ନେତା ଏବଂ ବିଭିନ୍ନ କାରଖାନାର ଶ୍ରମିକମାନେ ଯୋଗଦେଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ଏହି ଶ୍ରମିକ କର୍ମଚାରୀ ଓ ମହିଳା ବିରୋଧୀ ନୀତିର ତୀବ୍ର ନିନ୍ଦା କରିଥିଲେ।

ମାଲିକ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ଶ୍ରମିକଙ୍କୁ ଅଧିକ ଶୋଷଣ କରି ଅଧିକ ମୁନାଫା ଲୁଟ ପାଇଁ ଏହି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ବୋଲି ୟୁନିୟନ ତରଫରୁ ଅଭିଯୋଗ କରାଯାଇଛି। ଅଧିକ ଶ୍ରମଦାନ ଫଳରେ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ହାନୀ ସାଙ୍ଗକୁ ପାରିବାରିକ ଓ ସାମାଜିକ ସମ୍ପର୍କ ବିଘିନିତ ହେବ। ଅନ୍ୟପଟେ ବେକାର ସମସ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ୟୁନିୟନ ତରଫରୁ କୁହାଯାଇଛି।ବର୍ତ୍ତମାନ ସମାଜରେ ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା ଓ ଦୁଷ୍କର୍ମ ବଢିଚାଲିଥିବାବେଳେ ରାତିରେ ମହିଳା ଶ୍ରମିକ କର୍ମଚାରୀଙ୍କୁ କାମ କରିବା ନିଷ୍ପତ୍ତି ମହିଳାଙ୍କୁ ଆହୁରି ଅସୁରକ୍ଷିତକୁ ଠେଲିଦେବା ସଦୃଶ ଅମାନବିକ ପଦକ୍ଷେପ ଅଟେ। ତେଣୁ ଅବିଳମ୍ବେ ଏହି ଅଗଣତାନ୍ତ୍ରୀକ ,
ଅମାନବିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ୟୁନିୟନ ଦାବୀ ଜଣାଇଛି।

Leave a Reply

Your email address will not be published. Required fields are marked *

error: Content is protected !!