ବିଧାୟକଙ୍କ ଦ୍ବାରା ଅଚାନକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
1 min read
ରାଉରକେଲା : ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ପରିଚାଳିତ ତଥା ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳର ସେକ୍ଟର-୬ ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକ ଅବ୍ୟବସ୍ଥା ଥିବା ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଶନିବାର ସକାଳେ ଅଚାନକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମିତ୍ତ ଥିବା କେତେକ ଯନ୍ତ୍ରପାତି କାର୍ଯ୍ୟ କରୁ ନଥିବା ସମ୍ପର୍କରେ ସେ ଅବଗତ ହୋଇଥିଲେ ।

ଏହାପରେ ଡାକ୍ତରଖାନାରେ ଥିବା ଯନ୍ତ୍ରପାତି ଅକାମି ହୋଇ ପଡିଛି, ଏହାକୁ ଠିକ କରିବା ପାଇଁ ଡାକ୍ତରଖାନା ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ଡାକ୍ତରଖାନାରେ ଉପସ୍ଥିତ କର୍ମଚାରୀଙ୍କୁ ପଚାରିଥିଲେ । ଏ ନେଇ ସେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ବିଧାୟକ ଶ୍ରୀ ତନ୍ତୀ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣା ସ୍ଥଳରୁହିଁ ଏସବୁ ଅବ୍ୟବସ୍ଥା ସମ୍ବନ୍ଧରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଫୋନ କରି ଜଣାଇଥିଲେ। ଏହା ସହିତହ ତୁରନ୍ତ ଅକାମି ହୋଇ ପଡ଼ିଥିବା ଯନ୍ତ୍ରପାତି ଗୁଡ଼ିକୁ ସଜାଡ଼ିବା ସହ ଅନ୍ୟାନ୍ୟ ଅବ୍ୟବସ୍ଥାଜୁ ଠିକ କରି ସ୍ବାସ୍ଥ୍ୟକନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି ।