ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ

1 min read
Spread the love

ରାଉରକେଲା: ସାମାଜିକ ଅନୁଷ୍ଠାନ ଗରିମା ପରିବା ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାୟକ ଏସମ୍ପର୍କରେ ସୂଚନା ପ୍ରଦାନ କରି ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ତାରିଖ ଦିନ ରାଉରକେଲା କ୍ଲବ ଠାରେ ଦିବା ସାଢେ ୯ ଟାରେ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି୤ ୨୫ ତାରିଖ ଦିନ ୪ ରାଉଣ୍ଡ ଭାବ ବିନିମୟ, ଯୋଗ୍ୟତା, ତୁଳସୀ ପୂଜା ଓ ବିଚାରକ ମଣ୍ଡଳୀଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। ୨୬ ତାରିଖ ଦିନ ମଞ୍ଜିରେ କଳାକୃତି, ଓଡ଼ିଆ ଖାଦ୍ୟରେ ଲୁଣି ଓ ମିଠା ଖାଦ୍ୟ ପ୍ରସ୍ତୁତି କୁ ବିଚାରକ ମଣ୍ଡଳୀଙ୍କ ଦ୍ବାରା ପ୍ରଦତ୍ତ ମତାମତକୁ ନେଇ ଆସନ୍ତା ନଭେମ୍ବର ୮ ତାରିଖ ଦିନ ଫାଇନାଲ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୨୫ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ମହିଳା ମାନେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଗତ ୨୨ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇସାରିଛି ଏବଂ ଏହା ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ ସମ୍ପର୍କରେ ଯୋଗାଯୋଗ ନିମନ୍ତେ ୭୯୭୮୦୮୮୮୩୫ ,୭୯୭୮୫୭୩୭୯୦, କିମ୍ବା ୯୮୬୧୦୩୨୨୩୩ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

ଆୟଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଅନୁଷ୍ଠାନର ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ରେବତୀ ବାରିକ, ଶୁଭଲକ୍ଷ୍ମୀ ପାତ୍ର, ମୀନାକ୍ଷୀ ପାଢ଼ୀ, ଲୁସି ଦାଶ, ମଞ୍ଜୁ ମେହେର, ଡ ସରିତା ମଲ୍ଲ, ମୋନାଲିସା ସାହୁ, ମୈ।ସୁମୀ ଆଚାର୍ଯ୍ୟ, ସବିତା ମହାପାତ୍ର, ଦେବସ୍ମିତା ଶତପଥୀ, ଗାୟତ୍ରୀ ମହାନ୍ତି, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ, ଶର୍ମିଳା ତ୍ରିପାଠୀ, ସସ୍ମିତା ମିଶ୍ର, ରଶ୍ମି ନାୟକ, ଶଙ୍ଖରିନା ପ୍ରଧାନ, ଅଞ୍ଜୁ ପାଣ୍ଡେ, ବ୍ରତତୀ ପ୍ରଧାନ, ରଞ୍ଜିତା ଶତପଥୀ, ମମତା ଦାସ, ତପସ୍ଵିନୀ ପାତ୍ରଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଟା ଶଙ୍କର ଜେନା ଓ ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!