ପୁଣି ଥରେ ଇସ୍ପାତ ସହରରେ ସଂସ୍କୃତି ଓ ପରମ୍ପରାର ଲଢେଇ : ଭଞ୍ଜ ସାଂସ୍କୃତିକ ନ୍ୟାସ ବନାମ ଭଞ୍ଜ ସାସ୍ମୃତିକ ନ୍ୟାସ

1 min read
Spread the love

୨୦୨୩ ମସିହା କୁମାର ଉତ୍ସବ କାର୍ଯ୍ୟକ୍ରମର ପୁନରାବୃତ୍ତି ୨୦୨୪ ମସିହାରେ ହେବାକୁ ଯାଉଛି। କଳା ଓ ସଂସ୍କୃତି ସହିତ ବିଭିନ୍ନ ପାରମ୍ପରିକ ଉତ୍ସବ ପାଳନ କରାଯିବାରେ ସାରା ରାଜ୍ୟରେ ଇସ୍ପାତ ସହର – ବର୍ତ୍ତମାନ ସ୍ମାର୍ଟ ନଗର ଅନେକ ବର୍ଷ ଧରି ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ବର୍ଷକ ବାରମାସ ଏଠାରେ ସରକାରୀ ସହଯୋଗ ହେଉ ବା ନହେଉ, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥାଏ ବିଭିନ୍ନ ପ୍ରକାରର କଳା, ସଂସ୍କୃତି ଏବଂ ପରମ୍ପରା ସମ୍ପର୍କୀତ କାର୍ଯ୍ୟକ୍ରମ। ଏହି କ୍ରମରେ ଗତ କିଛିବର୍ଷ ଧରି ସହରର ସମୃଦ୍ଧ ପ୍ରେକ୍ଷାଳୟଭାବେ ପରିଚିତ ଭଞ୍ଜ ଭବନ ପଡ଼ିଆରେ ଆୟୋଜିତ ହୋଇଆସୁଛି କୁମାର ଉତ୍ସବ କାର୍ଯ୍ୟକ୍ରମ। ଏହି ଉତ୍ସବ ଅବସରରେ ଦୁଇଜଣ ବିଶିଷ୍ଟ ଓଡ଼ିଆ କଳକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

ଭଞ୍ଜଭବନର ମୁକ୍ତାକାଶ ରଙ୍ଗମଞ୍ଚରେ ଉଦିତ ଚନ୍ଦ୍ରର ଉପସ୍ଥିତିରେ ‘କୁଆଁର ପୁନେଇ ଜହ୍ନ ଗୋ’ ଗୀତର ତାଳେ ତାଳେ  କୁମାର ଉତ୍ସବ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ସଂସ୍କୃତି ପ୍ରେମୀ ସହରବାସୀ ଚାହିଁବସିଥାନ୍ତି। ଟୋପା ଟୋପା ଶିଶିର ବିନ୍ଦୁ ସହିତ ଅଳ୍ପ ଅଳ୍ପ ଶିତୁଆ ରାତିରେ ସହରବାସୀ ମଜା ଉଠାଇଥାନ୍ତି ଏହି କାର୍ଯ୍ୟକ୍ରମର। କିନ୍ତୁ ୨୦୨୩ ମସିହାରେ ଆଦର୍ଶ ପାଠାଗାରର କର୍ମକର୍ତ୍ତା ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃକ୍ଷଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁଁ ଏହି ଉତ୍ସବ ଗୋଟିଏ ଦିନ ଭଞ୍ଜଭବନ ପଡ଼ିଆରେ ହୋଇଥିଲାବେଳେ ଠିକ୍‌ ତା’ ପରଦିନ ହୋଇଥିଲା ସିଭିକ୍‌ ସେଣ୍ଟରଠାରେ। ଚଳିତ ବର୍ଷ ଅର୍ଥାତ୍‌ ୨୦୨୪ ମସିହାରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ତେଣୁ ସହରବାସୀଙ୍କ ମଧ୍ୟରେ ‘ଇସ୍ପାତ ସହରରେ ସଂସ୍କୃତି ଓ ପରମ୍ପରାର ଲଢେଇ : ଭଞ୍ଜ ସାଂସ୍କୃତିକ ନ୍ୟାସ ବନାମ ଭଞ୍ଜ ସାସ୍ମୃତିକ ନ୍ୟାସ’ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ଦିନରେ ଏହି ଲଢେଇ ଜାରି ରହିବ କିମ୍ବା ସମାପ୍ତ ହେବ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *

error: Content is protected !!