ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ମାସିକିଆ ବ୍ୟବସାୟ ସମ୍ପର୍କୀତ ବୈଠକ

1 min read
Spread the love

ରାଉରକେଲାରେ ଥିବା ଅନ୍ୟତମ ବ୍ୟବସାୟିକ ପ୍ରତିଷ୍ଠାନ ଗୃହସ୍ଥୀ ଉଦ୍ୟୋଗର ମାସିକିଆ ବ୍ୟବସାୟ ସମ୍ପର୍କୀତ ବୈଠକ ହୋଟେଲ, ରାଉରକେଲାର ରିଜେନ୍ସି ଇନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଗୋ-ମାତା , ଗୁରୁମାତାଙ୍କ ସହିତ ଗୁରୁଜନମାନଙ୍କୁ ପୂଜାର୍ଚ୍ଚନା ସହ ପବିତ୍ର ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଉଦ୍ୟୋଗର ପରିଚାଳନା ବିର୍ଦ୍ଦେଶକ ଗୋକୁଲ ଆନନ୍ଦ ବାଗଡିଆ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ  ଅମିତ ଅଗ୍ରୱାଲଙ୍କ ମାର୍ଗଦର୍ଶନରେ ହୋଇଥିଲା। ବୈଠକରେ ଉଦ୍ୟୋଗର ସାମ୍ପ୍ରତିକ ସ୍ଥିତି, ଉତ୍ପାଦର ବିକାଶ, ଭବିଷ୍ୟତ ପାଇଁ ନୂଆ ଉତ୍ପାଦଗୁଡ଼ିକର ଯୋଜନା ଓ ସେଗୁଡ଼ିକର ବିକ୍ରୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଥିରେ ଉଦ୍ୟୋଗ ବିକ୍ରୟ ଦଳର ମୁଖ୍ୟ ଅନୁଜ କୁମାରଙ୍କ ସମେତ ଶୁଭଶ୍ରୀ ରାୟ , ସ୍ୱର୍ଣ୍ଣ ପ୍ରିୟା ନାୟକ, ସନ୍ଦୀପ ପରମାଣିକ, ଅବିନାଶ ମିଶ୍ର ଓ ରତନ କଂସାରୀ ପ୍ରମୁଖ ସକ୍ରୀୟଭାବେ ଯୋଗଦେଇ ଆଲୋଚନା କରିଥିଲେ। ବୈଠକରେ ଉଦ୍ୟୋଗର ବ୍ୟବସାୟିକ ପ୍ରତିବଦ୍ଧତା ସହିତ ଗ୍ରାହକ ସନ୍ତୁଷ୍ଟି ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ଏଥିରେ ଉଦ୍ୟୋଗର ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସାମ୍ପ୍ରତିକ ସମୟରେ ବଜାର ସ୍ଥିତି ବନାମ ଉଦ୍ୟୋଗର ଉତ୍ପାଦ ଗୁଡ଼ିକର ସ୍ଥିତି, ଉତ୍ପାଦଗୁଡ଼ିକର ଗୁଣବତ୍ତା ସହିତ ବ୍ୟବସାୟିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ସମସ୍ତ ବ୍ୟବସାୟିକ ପ୍ରସଙ୍ଗରେ ନିୟମିତ ବିଶ୍ଳେଷଣ ଓ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!