ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

1 min read
Spread the love

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାରା ରାଜ୍ୟରେ ମଙ୍ଗଳବାର ଆରମ୍ଭ ହୋଇଛି ବାର୍ଷିକ ମାଟ୍ରିକ ପରୀକ୍ଷା। ଏହି କ୍ରମରେ ସୁନ୍ଦରଗଡ଼ ଜ଼ିଲ୍ଲା ର ୧୧୮ କେନ୍ଦ୍ର ରେ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ସାରା ରାଜ୍ୟରେ ୩ ହଜାର ୪୭ଟି କେନ୍ଦ୍ର କରାଯାଇଛି । ସୁନ୍ଦରଗଡ଼ ଜ଼ିଲ୍ଲାର ୧୧୮ ପରୀକ୍ଷା କେନ୍ଦ୍ର ରେ ୨୪ ହଜାରରୁ ଅଧିକ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପୂର୍ବ ସୂଚନା ମୁତାବକ ମଙ୍ଗଳବାର ମାତୃଭାଷା ବିଷୟର ପରୀକ୍ଷାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ଆରମ୍ଭର ସମୟ ପୂର୍ବାହ୍ନ ୯ଟା ରହିଥିଲାବେଳେ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ସକାଳ ୭ଆଟା ୩୦ ମଧ୍ୟରେ ପହଞ୍ଚିବାକୁ କୁହାଯାଇଥିଲା। ଏଥିପାଇଁ ଛାତ୍ରଛାତ୍ରୀମାନେ ରାଉରକେଲା ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପହଞ୍ଚିଥିଲେ।

ପୂର୍ବାହ୍ନ ୯ଟା ସମୟରେ ପ୍ରଥମେ ସୁକ୍ଷ୍ମ ଉତ୍ତରମୂଳକ ବା ଅବଜେକ୍ଟିଭ ପ୍ରଶ୍ନପତ୍ରରୁ ପରୀକ୍ଷା ଆରମ୍ଭ କରିଥିଲେ। ଏହାପରେ ୧୦ଟାରେ ସେମାନଙ୍କୁ ଖାତା ସହିତ ଦୀର୍ଘ ଉତ୍ତରମୂଳକ ବା ବିଷୟଭିତ୍ତିକ ପ୍ରଶ୍ନଉତ୍ତର ଦେଇଥିଲେ। ଚଳିତ ବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟଗୁଡ଼ିକରେ ସିସିଟିଭି କ୍ୟାମେରା କଗାଯାଇଛି । ଏହି କ୍ୟାମେରାର ନିୟନ୍ତ୍ରଣ ଜିଲ୍ଲା ମୁଖ୍ୟାଳୟ ସମେତ ବୋର୍ଡ ମୁଖ୍ୟାଳୟ ସହିତ ରହିଛି। ଏହା ସହିତ ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରାଉରକେଲା ସହରର ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୨୦ ସରକାରୀ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୧୮ ସମେତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୁଲିସ ପକ୍ଷରୁ ସୁରକ୍ଷା କୁ କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!