ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମାଜସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ସମାଜସେବା କାର୍ଯ୍ୟ

1 min read
Spread the love

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଚାଲିଥିବା ସମାଜସେବା କାର୍ଯ୍ୟକ୍ରମର ତୃତୀୟ ଦିନରେ ସଚେତନତା ଶୋଭାଯାତ୍ରା ସହିତ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ସମାଜସେବା କାର୍ଯ୍ୟକ୍ରମର ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ପାଇଁ ସଂଯୋଜିକା ତଥା ଅଧ୍ୟାପିକା ରାମେଶ୍ୱରୀ ଭୋଇ ଏବଂ ଯୁକ୍ତ ଦୁଇ ପାଇଁ ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଯୁକ୍ତ ତିନି ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ନିଶା ସେବନରୁ ଦୂରେଇ ରହିବା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ।

ଏହା ସହିତ ମାନସିକ ସ୍ୱାସ୍ଥ୍ୟ ଓ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ବାର୍ତ୍ତାର ପ୍ରଚାର ନିମନ୍ତେ ଦୁଇଟି ପଥପ୍ରାପ୍ତ ନାଟକ ମହାବିଦ୍ୟାଳୟ ନିକଟରେ ପ୍ରଦର୍ଶନ କରିଥିଲେ। ଡ ସ୍ମୃତି ସ୍ନିଗ୍ଧା ମିଶ୍ର, ଡ ବିଶ୍ୱନାଥ ପରିଜା ଏବଂ ଅନିତା ଜୈନ ଅଧ୍ୟାପିକା ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି  ମହାବିଦ୍ୟାଳୟର ଯୁକ୍ତ ଦୁଇ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ ନିକଟରେ ଥିବା ରୋଟାରୀ ଛକ ରୁ ପାନପୋଛ ଗାନ୍ଧୀ ଛକ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ।

ଏହା ସହିତ କିଛି ସମୟ ପାଇଁ ଛକରେ ରହି ରାସ୍ତାରେ ଯାଉଥିବା ବିଭିନ୍ନ ବର୍ଗର ଗାଡ଼ିଚାଳକମାନଙ୍କୁ ହେଲ୍‌ମେଟ ଓ ସିଟ୍‌ବେଲ୍ଟ ପିନ୍ଧିବା ସମର୍କରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ନମିତା ସ୍ୱାଇଁ, ଚହ୍ନାତି ତିର୍କୀ ଓ ଗ୍ଲାଡ୍‌ସି ବେକ୍‌ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କରିଥିଲେ।

ତୃତୀୟ ଦିନ କାର୍ଯ୍ୟକ୍ରମରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଉପନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମହନ୍ତ ଓ ଅନ୍ୟତମ ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ବରିଷ୍ଠ ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ରିପୋର୍ଟ ସହିତ ଭିଡିଓ ଓ ଫୋଟୋ ଆଦି ବିଭାଗୀୟ ମୁଖ୍ୟାଳୟକୁ ପ୍ରେରଣ କରିଥିଲେ।  

ଏହା ସହିତ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଂଯୋଜକ ମାୟାଧର ବାରିକ ଓ ଅଜୟ ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!