ଇନର ହୁଇଲ କ୍ଲବ ସଦସ୍ୟଙ୍କ ‘ଶ୍ରଦ୍ଧା’ ଅନୁଷ୍ଠାନ ପରିଦର୍ଶନ ଓ ଭାବ ବିନିମୟ କାର୍ଯ୍ୟକ୍ରମ

1 min read
Spread the love

ଇନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ର ସଦସ୍ୟ ଗଣ ସେକ୍ଟର ୧୬ରେ ଥିବା ଦିବ୍ୟାଙ୍ଗ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ‘ଶ୍ରଦ୍ଧା’ କୁ ପରିଭ୍ରମଣ ରେ ଆସି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଇନର ହୁଇଲ ସଦସ୍ୟଗଣଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବ ର ଅଧ୍ୟକ୍ଷା ରୀଷିକା ବାହାଦୁର ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସମସ୍ତଙ୍କ ର ଗୁରୁ ଦାୟିତ୍ବ ରହିଛି। ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଇନର ହୁଇଲ କ୍ଲବ ଦ୍ଵାରା ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଏହି ଅବସରରେ ଅନ୍ୟ ସମସ୍ତ ସଦସ୍ୟା ମାନେ ଶ୍ରଦ୍ଧା ର ଅନ୍ତେବାସୀଙ୍କ ସହ ସାମୁହିକ ଭାବେ ଜନ୍ମ ଦିନର କେକ୍ କାଟିବା ସହ ସେମାନଙ୍କ ମଧ୍ୟରେ ଟି ସାର୍ଟ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ର ଡ. ମୀନତି ପଣ୍ଡା, ପ୍ରମିଳା ମିଶ୍ର, ସୁପ୍ରିୟା ମହାନ୍ତି, ଆରତୀ ପଣ୍ଡା, ମଞ୍ଜୁବାଳା ମହାପାତ୍ର, ସବିତା ମହାନ୍ତି, ଅନିତା ନାୟକ, ଅଞ୍ଜଳୀ ହୋତା ଓ ଶ୍ରଦ୍ଧା ଅନୁଷ୍ଠାନର ସୁଜାତା ରାଉତ, ଅଞ୍ଜଳୀ ମହାରଣା, ପ୍ରିତୀ ବାରିକ, ରୀନୁଲତା ମହାରଣା ଓ ଧୀରେନ ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!