ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଳା ପାଠାଗାର ଉଦଘାଟନ ଉତ୍ସବ

1 min read
Spread the love

ରାଉରକେଲା ସହରର ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଳା ପାଠାଗାର ଉଦ୍ଘାଟନ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଘୁନାଥପଲୀ ବିଧାୟକ ସୁବ୍ରତ ତରାଇ ଯୋଗଦେଇ ପାଠାଗାର ଭବନକୁ ଉଦଘାଟିତ ହୋଇଯାଇଛି। ପରିଷଦର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ ଓ ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଅର୍ବାନ କୋଅପରେଟିଭ ବ୍ୟାଙ୍କ ର ସଭାପତି ଦିଲ୍ଲିପ କୁମାର ମହାପାତ୍ର, ସମାଜସେବୀ ଦେବାଶିଷ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ ଶାରଳା ସାଂସ୍କୃତିକ ପରିଷଦର ଭାଷା ଓ ସାହିତ୍ୟ ପାଇଁ ଯେଉଁ ପ୍ରତିବଦ୍ଧତା ରଖିଛି, ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ। ସେହିପରି ପରିଷଦର  ଥିବା କିଛି ଅପୂରଣୀୟ କାର୍ଯ୍ୟକୁ ସେ ଶିଘ୍ର ସମାଧାନ କରିବା ପାଇଁ ସହଯୋଗ କରିବା ପାଇଁ ଶ୍ରୀ ତରାଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ତପସ୍ବିନୀ ଆଚାର୍ଯ୍ୟ, ବିଷ୍ଣୁପ୍ରିୟା ସାହୁ, ପଦ୍ମାରାଣୀ ବେହୁରା, ଅଜିତ କର, ଗଜେନ୍ଦ୍ର ମୁର୍ମୁ, ପ୍ରିତି ନାଗ, ପ୍ରିୟା ମୁଖୀ, ଇପ୍ସିତା ବାରିକ ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିଲେ। ଶେଷରେ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅର୍ପିତ କୁମାର ପାତ୍ର,ଗଣେଶ୍ୱର ରାୟ, ଅରୁଣ କୁମାର ପରିଡ଼ା, ରାଧାମୋହନ ନାୟକ,ଶରତ ପଣ୍ଡା, ବୈଷ୍ଣବ ଚରଣ ତ୍ରିପାଠୀ, ଅରକ୍ଷିତ ପାତ୍ର, ଅରବିନ୍ଦ ସ୍ବାଇଁ, ଜୟନ୍ତ ବେହେରା, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!