କାର୍ମେଲ ସ୍କୁଲରେ ‘ନିଶା ନିବାରଣ ଓ ମାନସିକ ଚାପରୁ ମୁକ୍ତି’ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

1 min read
Spread the love

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ପ୍ରଜାପତି ବ୍ରହ୍ମକୁମାରୀର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ହମିରପୁର ସ୍ଥିତ କାର୍ମେଲ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଅଛି। ଭାଇବ୍ରାଣ୍ଟର ସଭାପତି ଗଣେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ବ ଓ ସମ୍ପାଦକ ଡଃ ସଞ୍ଜୁକ୍ତା ପତିଙ୍କ ଆଵାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ଥିଲା ‘ନିଶା ଓ ମାନସିକ ଚାପ ରୁ ମୁକ୍ତି’ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ।

ଏଥିରେ ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫିଦେଲିସ୍, ଓଏସଏପି ର ପ୍ରାକ୍ତନ କମାଣ୍ଡାଣ୍ଟ ଦିଲ୍ଲିପ କୁମାର ମହାପାତ୍ର, ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚ ର ଇନିସପେକ୍ଟର ଉମେଶ ବେହେରା ଓ ଆଲୋଚକ ଭାବେ ଆରଏସପିର ପ୍ରାକ୍ତନ ଅଧିକାରୀ ରୋଟାରୀଆନ ଅଜିତ୍ ପୁଜାରୀଙ୍କ ସମେତ ପ୍ରଜାପତି ବ୍ରହ୍ମକୁମାରୀ ସଙ୍ଗଠନ ପକ୍ଷରୁ ବ୍ରହ୍ମକୁମାରୀ ଡିକେ ଅଞ୍ଜଳି ପ୍ରମୁଖ ଯୋଗଦେଇ ଆଲୋଚ୍ୟ  ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲର ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ରୋଟାରୀଆନ ଡ଼ଃ ମୀନତି ପଣ୍ଡା, ରୋଟାରୀଆନ ଅନିତା ନାୟକ , ରୋଟାରୀଆନ ବସନ୍ତ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ସ୍କୁଲର କୌଶିକ ଦାସ, ଜୟଶ୍ରୀ ମିଶ୍ର, ଶ୍ରୀଜା, ଜୁଲି, ଅନିତା, ସନ୍ତୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ମୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!