ଇଞ୍ଜିନିୟର ବାବାଜୀ ଚରଣ ସାହୁ “ଦୁଃଖ ରୁ ମୁକ୍ତି” ପୁସ୍ତକ ଲୋକାର୍ପିତ

1 min read
Spread the love

ରାଉରକେଲା ଏନ୍‌ଆଇଟିର ପ୍ରାକ୍ତନ ପ୍ରାଧ୍ୟାପକ ଇଞ୍ଜିନିୟର ବାବାଜୀ ଚରଣ ସାହୁ ଙ୍କ ରଚିତ ପୁସ୍ତକ ‘ଦୁଃଖ ରୁ ମୁକ୍ତି’ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର ପ୍ରାକ୍ତନ ଛାତ୍ର ତଥା ଆରଏସପିର ପ୍ରାକ୍ତନ ଇଡି ଭାରତ ଭୁଷଣ ମହାନ୍ତି, ନିଟ୍ରା ରାଉରକେଲା ଚାପ୍ଟର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି, ରୋଟାରୀ କ୍ଲବର ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି, ଡ଼ଃ ଅଶ୍ବିନୀ କୁମାର ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପୁସ୍ତକର ଲେଖକ ଇଂ ସାହୁ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ମଣିଷ ନିକଟରେ ଯେତେ ଅର୍ଥ ଵା ପ୍ରତିପତ୍ତି ଥିଲେ ହେଁ କୌଣସି ଦୁଃଖ ରୁ ମୁକ୍ତି ପାଇପାରିବେ ନାହିଁ। ଦୁଃଖ ରୁ ମୁକ୍ତି ପାଇବା ପାଇଁ ହେଲେ ଆଧ୍ୟାତ୍ମିକ ଜ୍ଞାନର ସାହାରା ନେବାକୁ ହେବ। ସେ ଏହି ପୁସ୍ତକ ପାଇଁ ବହୁ ଗବେଷଣା ଓ ପରିଶ୍ରମ କରିଛନ୍ତି। ବୈଜ୍ଞାନିକ ଏବଂ ନିଶ୍ଚିତ ଉପାୟରେ କିପରି ଦୁଃଖ ରୁ ମୁକ୍ତି ମିଳିବ, ସେ ସମ୍ପର୍କରେ ଏହି ପୁସ୍ତକ ରେ ଉପଲବ୍ଧ ଅଛି। କୌଣସି ଭଣ୍ଡ ବା ଠକବାବାଙ୍କ ପାଖକୁ ନଯାଇ ବା ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ନହୋଇ କିପରି ସମସ୍ୟାରୁ ସମାଧାନ ପାଇଵେ ତାହା ସହଜ ସରଳ ଭାଷାରେ ଲିପିବଦ୍ଧ ହୋଇଛି। ଓଡ଼ିଆ ପୁସ୍ତକ ‘ଦୁଃଖ ରୁ ମୁକ୍ତି’ ଓ ଇଂରାଜୀ ଅନୁବାଦ ‘Stress free sorrow free and peaceful life’ ପୁସ୍ତକ ଇଂ ସାହୁ ରଚନା କରିଥିବା ବେଳେ ଏହା ସଂପ୍ରତି ଆମାଜନ ରେ ଉପଲବ୍ଧ ଅଛି। ଆବଶ୍ୟକ ହେଲେ ୯୪୩୮୧୭୭୫୨୬ ନମ୍ବର ରେ ଯୋଗାଯୋଗ କରି କିଣି ପାରିବେ। ଅତିଥି ମାନେ ଏହାକୁ ଏକ ଉପାଦେୟ ପୁସ୍ତକ ରୂପେ ବର୍ଣ୍ଣନା କରିଵା ସହ ଏହା ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇପାରିବ ବୋଲି ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସରୋଜ କୁମାର ଦାଶ, ପୀତବାସ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ  ଇଂ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!