ରବିବାରସରୀୟ କ୍ଲିନ୍ ଏଣ୍ଡ ଗ୍ରୀନ୍ ପକ୍ଷରୁ କାର୍ଯ୍ୟକ୍ରମ
1 min read
କ୍ଲିନ୍ ଏଣ୍ଡ ଗ୍ରୀନ୍ ପକ୍ଷରୁ ସପ୍ତାହନ୍ତ କାର୍ଯ୍ୟକ୍ରମ ଅଗର୍ଗତ ସେକ୍ଟର – ୮, ଠାରେ “ଆଶାର ଆଲୋକ” ଅନୁଷ୍ଠାନ ବା ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ପରିସରରେ ଔଷଧୀୟ ଓ ‘ଫଳ ଗଛ’ ଲଗା ଯାଇ ଥିଲା । ଏହା ସହିତ ଏହି ଅବସରରେ ପରିସର ମଧ୍ୟରେ ଥିବା ଅନାବନା ଘାସ ଗଛଗୁଡ଼ିକୁ ସଫା କରି ଏକ ସ୍ୱଛ ଓ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଥିଲା । ଏହି ବିଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗରରୁ ଯୁବ ଉଦ୍ୟୋଗପତି ହିମାଂଶୁ ଭୂଷଣ ବେହେରା ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ସଦସ୍ୟ ମନୋଜ ନାୟକଙ୍କ ଯୋଗାଯୋଗରେ ଅନୁଷ୍ଠାନ ପାଇଁ ଉପହାର ସ୍ୱରୂପ ଏକ ସ୍ୱୟଂ ଚାଳିତ ଘାସକଟା ଯନ୍ତ୍ର ଦାନ କରିଥିଲେ । ଏହି ଅବସରରେ କ୍ଲୀନ ଓ ଗ୍ରୀନ ର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଓ ସାଙ୍ଗଠନିକ ସମ୍ପାଦକ ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ଅନ୍ତେବାସୀଙ୍କ ମଧ୍ୟରେ ସଦସ୍ୟମାନେ କିଛି ସମୟ ବିତାଇବା ସହିତ ସେମାନଙ୍କ ମଧ୍ୟରେ ‘ ଶୁଖିଲା ଖାଦ୍ୟ ‘ ପୁଡିଆ ବଣ୍ଟନ କରିଥିଲେ । ଗାନ୍ଧି ଜୟନ୍ତୀ ପୂର୍ବରୁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ପାଇଁ କ୍ଲୀନ ଓ ଗ୍ରୀନ ସଙ୍ଗଠନର ସଦସ୍ୟମାନଙ୍କୁ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶଂସା କରିଥିଲେ ।