ଜାଗା ମିଶନ ଏକ ପ୍ରହସନ: ବସ୍ତି ର ବିକାଶ ପ୍ରତି ସରକାରଙ୍କ ଆନ୍ତରିକ ତା ନାହିଁ – ବିରେନ

1 min read
Spread the love

ରାଜ୍ୟ ସରକାର ଜାଗା ମିଶନ କାର୍ଯ୍ୟକ୍ରମରେ ବସ୍ତି ବାସୀଙ୍କୁ ଜାଗା ଅଧିକାର ଦେବା ସହିତ ବସ୍ତି ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ପ୍ରଚାର କରୁଛନ୍ତି। କିନ୍ତୁ ସ୍ମାର୍ଟ ସିଟି  ରାଉରକେଲା ର ବସ୍ତି ଅଞ୍ଚଳ ର ଚିତ୍ର ଦେଖଲେ ବାସ୍ତବ ରେ ବିକାଶ ପାଇଁ ସରକାର ଙ୍କ କେତେ ଆନ୍ତରିକତା ରହିଛି ତାହା ବୁଝା ପଡୁଛି ବୋଲି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ବିରେନ ସେନାପତି ପ୍ରକାଶ କରିଛନ୍ତି।

ଶ୍ରୀ ସେନାପତି ଦୁଇ ଦିନ କାଳ ୧୧ନଂ ୱାର୍ଡ  ମଧୁସୂଦନ ପାଲ୍ଲୀ ର ଖଟାଲ ବସ୍ତି , କାଳୀ  ମନ୍ଦିର ବସ୍ତି ଓ ଗଂଗା ରାମ ବସ୍ତି ଅଞ୍ଚଳ ବୁଲି ବିଭିନ୍ନ ସମସ୍ୟା ସବୁ ଦେଖି ବା ସହିତ ବସ୍ତି ବାସୀଙ୍କ ସଙ୍ଗେ ସେସବୁ ନେଇ ଆଲୋଚନା କରିଥିଲେ। ପାଣି ଲାଇନ୍ ବିଛା ଯାଇଛି କିନ୍ତୁ ପାଣି ଆସୁନାହି। ନାଳ ନିର୍ମାଣ ହୋଇ ନାହିଁ, ଯାହା କିଛି ନିର୍ମିତ ହୋଇଛି ତାହା ର ସଫେଇ ହେଉନାହିଁ। ଭାଙ୍ଗିରୁଜି ଯାଇଥିବା ରାସ୍ତା ମରାମତି ହେଉନାହିଁ। ଗଙ୍ଗାରାମ ବସ୍ତି ଅଙ୍ଗନୱାଡି କେନ୍ଦ୍ର ର ଛାତ ଉଡି ଗଲାଣି। ଖଟାଲ ବସ୍ତି ସୁଲଭ ଶୌଚାଳୟ ର ମଟର ୩ ମାସ ତଳେ ପୋଡିଲା ପରେ ସେବେଠୁ ଶୌଚାଳୟ ଅଚଳ।

ବସ୍ତିର ଆଭ୍ୟନ୍ତରୀଣ ଅଂଚଳ ରେ ରାସ୍ତା ଆଲୋକ ର ଆବଶ୍ୟକତା ରହିଛି। ଅନେକ ଗରିବ ଲୋକଙ୍କୁ ଏ ପର୍ଯ୍ୟନ୍ତ ରାସନ କାର୍ଡ ମଧ୍ୟ ମିଳିନାହିଁ। ତେବେ ଏ ସବୁ କଥା ଦେଖିବାକୁ ମହାନଗର ନିଗମ ର କେହି ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଥିଲେ। ଏହି ସମସ୍ୟାଗୁଡିକୁ ମହାନଗର ନିଗମ ଓ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନେଇ ସମାଧାନ ପାଇଁ ଚେଷ୍ଟା କରିବାକୁ  ଶ୍ରୀ ସେନାପତି ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ସେନାପତି ଙ୍କ ସହିତ ଏହି ପରିକ୍ରମା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନେତା କଳ୍ପତରୁ ପଣ୍ଡା, ମୋତିଲାଲ ସାହୁ, ଅନିଲ ଦାସ, ରାଜେଶ ପ୍ରସାଦ, ବିବେକ ସାହୁ, ମୁନା ସାହୁ, ସେଖ୍‌ ସମିର, କଂଗ୍ରେସ ଦଳର ସୁଧିର ନାଥ, ଶ୍ୟାମ ସାଗର, ରାଜଭୀର ଦେହେରିୟା, ଋଷି ସାହୁ, ୱାର୍ଡ କଂଗ୍ରେସ ସଭାପତି ମନୋଜ ବର୍ମା, ପ୍ରମୋଦ ସାହୁ, ସିକନ୍ଦର ସାହୁ ପ୍ରମୁଖ ସାମିଲ ହୋଇ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!