​ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହିନ୍ଦି ଦିବସ ପାଳନ

1 min read
Spread the love

ରାଉରକେଲା ସହରର ସର୍ବପୂରାତନ ମହାବିଦ୍ୟାଳୟଭାବେ ପରିଚିତ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ହିନ୍ଦୀଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ହିନ୍ଦି ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ହିନ୍ଦି ବିଭାଗର ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଏଥିରେ ଡ ବେହେରା ଉଦ୍‌ବୋଧନ ଦେଇ ହିନ୍ଦିଭାଷାକୁ ତାଙ୍କର ଜୀବନ ଓ ପ୍ରାଣ ବୋଲି କହିଥିଲେ। ଏହା ସହିତ ଭାଷା ଭାବନାର ମାଧ୍ୟମ ହୋଇଥିଲାବେଳେ ହିନ୍ଦି ହେଉଛି ଭାରତର ଜନଗଣଙ୍କ ଭାଷା ବୋଲି ପ୍ରଫେସର ବେହେରା କହିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ସ୍ମୃତିଚାରଣ କରି ସେ ଗୁଜରାଟୀ ଭାଷାଭାଷୀ ଅଞ୍ଚଳର ହୋଇ ମଧ୍ୟ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଦିଗରେ କରିଯାଇଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ପ୍ରଫେସର ବେହେରା କହିଥିଲେ। ହିନ୍ଦି ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ ନମିତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ ହିନ୍ଦି ଭାଷାର ବଳିଷ୍ଟ ପରମ୍ପରା ଓ ସାଂସ୍କୃତିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତର ସୁନାମଧନ୍ୟ ତଥା ଅନ୍ତର୍ଜାତୀୟ ଖେଳାଳୀ ନୀରଜ ଚୋପ୍ରା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାମନିଷୀମାନେ ହିନ୍ଦିଭାଷାକୁ ଭଲ ପାଉଥିବା କଥା ଉଦାହରଣ ମାଧ୍ୟମରେ ଡ ସ୍ୱାଇଁ କହିଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ ସୁଷମା ମୋଦୀ ତାଙ୍କ ବକ୍ତବ୍ୟରେ ଦେଶର ବିଭିନ୍ନତା ଓ ବିଭିଦତା ମଧ୍ୟରେ ହିନ୍ଦି ସମସ୍ତଙ୍କୁ ଏକତା ସୂତ୍ରରେ ଭାନ୍ଦି ରଖିବା କଥା ସମ୍ପର୍କରେ ଆଲୋଚନା କରିଥିଲେ। ଇଂରାଜୀ ଭାଷା ବିଭାଗର ମୁଖ୍ୟ ଡ ସୁରତ ଗିରି ହିନ୍ଦି କୁ ଜୀବନ ଜିଇଁବାର ଭାଷା ଏବଂ ଆମ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାର ମାଧ୍ୟମ ବୋଲି କହିଥିଲେ। ମଣିଷର ଜୀବନ ଶୈଳୀକୁ ହିନ୍ଦି ଭାଷା ପ୍ରଭାବିତ କରିଆସୁଛି ବୋଲି ଡ ଗିରି କହିଥିଲେ। ଓଡ଼ିଆ ଭାଷା ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ ପ୍ରଶାନ୍ତ ମହାରଣା ହିନ୍ଦି ଭାଷାକୁ ରାଜଭାଷାରୁ ରାଷ୍ଟ୍ରଭାଷାର ମାନ୍ୟତା ଦେବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ହିନ୍ଦି ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଊପସ୍ଥିତ ରହି ଦିବସ ପାଳନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହିନ୍ଦି ନିବନ୍ଧ ଲିଖନ ଓ ହିନ୍ଦି ତର୍କବିତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ହିନ୍ଦି ବିଭାଗର ବିଭିନ୍ନ ବର୍ଗ ପାଠ୍ୟକ୍ରମରେ ସର୍ବାଧିକ ଦିନ ଉପସ୍ଥାନ ଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ଡ. ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ହିନ୍ଦି ବିଭାଗ ସହିତ ଅନ୍ୟ ବିଭାଗର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।     

Leave a Reply

Your email address will not be published. Required fields are marked *

error: Content is protected !!