ଦିନରେ ଚୋରି,ତାଲା ଭାଙ୍ଗି ଘରୁ ୧୦ ଭରି ସୁନା ସହ ନଗଦ ୩୦ ହଜାର ଟଙ୍କା ଚୋରି
1 min read
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ମହକୁମା ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଜଣେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୃବୁର୍ତ୍ତ ମାନେ ଚୋରି କରି ନେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଉକ୍ତ ଜଗତ କହଁର ନାମକ ଶିକ୍ଷକ ବୁଢ଼ୀପଦର ଗାଁ ର ସ୍କୁଲ ରେ ଶିକ୍ଷକତା କରୁଥିବା ବେଳେ, ତାଙ୍କ ସ୍ତ୍ରୀ ସୁରେଖା ସୁନା ବେଲପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏଏନଏମ ଭାବେ ଚାକିରୀ କରୁଥିବା ବେଳେ ସେମାନେ ଘର କୁ ତାଲା ପକାଇ ଡ୍ୟୁଟି ପାଇଁ ଯାଇଥିବା ବେଳେ କେହି ଦୃବୁର୍ତ୍ତ ମାନେ ଘର ତାଲା ଭାଙ୍ଗି ଚୋରି କରି ନେଇଥିବା ସୂଚନା ମିଳିଛି । ଘରକୁ ଫେରି ସେମାନେ ଚୋରି ବିଷୟ ରେ ଜାଣି ପାରିଥିବା ବେଳେ ପରିବାର ର ଅନ୍ୟ ପୁଅ,ଝିଅ ମାନେ ବାହାରେ ରହି ଚାକିରୀ କରୁଛନ୍ତି ବୋଲି ପ୍ରକାଶ ପାଇଛି ।

ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଲିଖିତ ଅଭିଯୋଗ ରୁଜ୍ଜୁ କରାଯାଇଥିବା ଓ ତଦନ୍ତ ଆରମ୍ଭ ହୋଇ ଥିବା ସୁଚନା ମିଳିଛି । ଦିନକୁ ଦିନ ଅଞ୍ଚଳ ରେ ଚୋରି, ରାହାଜାନୀ, ଡକାୟତି ବଢୁଥିବା ବେଳେ ଅନେକ ମାମଲା ରୁଜ୍ଜୁ ହୋଇ ପାରୁନି । ବିଭାଗୀୟ ଅଧିକାରୀ ଏ ଅଞ୍ଚଳ ରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ରିପୋର୍ଟ, ସନ୍ତୋଷ କୁମାର ନାୟକ