ଉଦିତ ନଗର ଥାନା ପୋଲିସ ପକ୍ଷରୁ ଗାଡ଼ି ଚୋରୀ ମାମଲାରେ ଜଣେ ଗିରଫ ହୋଇ କୋର୍ଟ ଚାଲାଣ

1 min read
Spread the love

ବଣାଇ କିନ୍ଦିରିକେଲା ଅଞ୍ଚଳର ସୁରେଶ ମହାକୁଡ଼ ଓରଫ ରାକେଶ ଗୌଡ଼ ନାମକ ଜଣେ ଅଭିଯୁକ୍ତକୁ ପ୍ଲାଣ୍ଟ୍‌ସାଇଟ ପୋଲିସ ଏକ ଗାଡ଼ି ଚୋରୀ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଏକ ଉଦିତ ନଗର ଥାନା ଅଞ୍ଚଳରେ ଏକ ଆକ୍ଟିଭା ଗାଡ଼ି ଚୋରୀ ନେଇ ଅଭିଯୋଗ ହୋଇଥିଲା। ପରେ ପରେ ପୋଲିସ୍ ତଦନ୍ତ ସମୟରେ ଏହି ଘଟଣାରେ ଟିଙ୍କୁ ନାୟକ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଚୋରୀ ଗାଡ଼ି ଉଦ୍ଧାର କରାଯାଇଥିଲା।  ଏହି କ୍ରମରେ ଅନ୍ୟତମ ଅଭିଯୁକ୍ତ ସୁରେଶ ଓରଫ ରାକେଶକୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!