ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଭୁବନେଶ୍ୱର ଜୋନ୍ ଅନ୍ତର୍ଗତ କେନ୍ଦ୍ରୀୟ ଜିଏସ୍ଟିର ମୁଖ୍ୟ ଆୟୁକ୍ତଙ୍କ ସହିତ ଆଲୋଚନା
1 min read
ରଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଭୁବନେଶ୍ୱର ଜୋନ୍ ଅନ୍ତର୍ଗତ କେନ୍ଦ୍ରୀୟ ଜିଏସ୍ଟି ଏବଂ ଏକ୍ସାଇଜ ଓ କଷ୍ଟମ୍ର ମୁଖ୍ୟ ଆୟୁକ୍ତ ସତ୍ୟେନ୍ଦ୍ର କୁମାର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସିଂହ ପୂର୍ବରୁ ରାଉରକେଲାରେ ଅବସ୍ଥାପିତ ଥିଲାବେଳେ ସେ ସ୍ଥାନୀୟ ଶିଳ୍ପ ଓ ବଣିକ ସଂଘର ସଦସ୍ୟଙ୍କ ସହିତ ଅବଗତ ଥିଲେ। ତେଣୁ ଏଠାକାର ଶିଳ୍ପ ଓ ବାଣିଜ୍ୟ ବାତାବରଣ ସହିତ ଶିଳ୍ପୋଦ୍ୟୋଗୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ରାଉରକେଲା ଗସ୍ତରେ ଆସିଥିଲେ ଶ୍ରୀ ସିଂହ। ତାଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀ ଅଭୟ ଗୁପ୍ତା ଓ ପି କେ ମୟୁର୍ଯ୍ୟଙ୍କ ସମେତ ଉପାୟୁକ୍ତ ହର୍ଶ ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ଓ ବଣିକ ସଂଘର ସଭାପତି ସୁନୀଲ କାୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ ସଂଘର ଉପସଭାପତି ନରେଶ ଆର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଆଲୋଚନାର ସ୍ଥାନୀୟ ଶିଳ୍ପ ଜଗତ ପକ୍ଷରୁ ଜିଏସ୍ଟି, ଏକ୍ସାଇଜ୍ ଓ କଷ୍ଟମ୍ସ ସମ୍ପର୍କୀତ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରାଯିବା ସହିତ ଏ ସମ୍ପର୍କରେ ଏକ ସ୍ମାରକପତ୍ର ଦିଆଯାଇଥିଲା। ସମସ୍ତ ବିଷୟରେ ଅବଗତ ହେବା ପରେ ଶ୍ରୀ ସିଂହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ଟିକସ ଓକିଲ ସଂଘ, ଆଇନ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ।