ବନ୍ଧମୁଣ୍ଡା କୁକୁଡ଼ାଠାରେ ପାଞ୍ଚଦିନିଆ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ପୋଲିସ ଷ୍ଟେସନ ଅନ୍ତର୍ଗତ କୁକଡା ଗାଁର ସନ୍ ରାଇଜ କ୍ଲବ ଆନୁକୂଲ୍ୟରେ ପାଞ୍ଚ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ଅବସରରେ ତୃତୀୟ ଦିନିକିଆ ମ୍ୟାଚ୍ କୁକଡା ଗ୍ରାମ ଗ୍ରାଉଣ୍ଡରେ ଖେଳାଯାଇଥିଲା। ସୂଚନା ମୁତାବକ 32ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଏହାକୁ ଭାନୁ ବାୱରି, ସୁଶାନ୍ତ ଧରତି, ସୁଶୀଲ ଏକ୍କା ସଂଯୋଜନା କରିଥିଲେ। ଏହି ଅବସରରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ମୁମ୍ବାଇର ଛାତ୍ର ଏବଂ ଛାତ୍ରୀମାନେ କିଛି ସମୟ ପାଇଁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କ୍ଲବର ଲାଖାନ ତିର୍କି, ଦେବ କରକେଟ୍ଟା, ସୁରେଶ ଏକ୍କା, ବିଶ୍ୱନାଥ ଓରାମ, ଗୁନୁ ତିର୍କି, ଦୀପକ ଲାକ୍ରା ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ।