ରାଉରକେଲା ସିଆଇଏସ୍ଏଫ୍ ୟୁନିଟ ପକ୍ଷରୁ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳନ
1 min read
ବିଶ୍ୱ ବରିଷ୍ଠ ନାଗରିକ ସମ୍ମାନ ଦିବସର ଶୁଭ ଅବସରରେ ବରିଷ୍ଠ ନାଗରିକଙ୍କ ସହ ସିଏସ୍ଏଫ୍ ଯବାନଙ୍କ ପିତାମାତାଙ୍କୁ ସହରର ଇସ୍ପାତ କାରଖାନାର ସିଏସ୍ଏଫ୍ ୟୁନିଟ୍ ତରଫରୁ ସମ୍ମାନିତ କରାଯାଇଥିଲା। ଏହା ସହିତ ବରିଷ୍ଠ ନାଗରିକମାନଙ୍କୁ ଫଳ ଓ ପୋଷାକ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ସୋମବାର ସନ୍ଧ୍ୟାରେ ସିଏସ୍ଏଫ୍ କମାଣ୍ଡାଣ୍ଟ ଅଶୋକ ଜଲୱାନିଆଙ୍କ ନେତୃତ୍ବରେ ହୋଇଥିଲା। ଏହି ଅବସରରେ ମହାଦେବଙ୍କ ଭଜନ ଗାନ କରାଯାଇଥିଲାଏହା ସହିତ ସମସ୍ତଙ୍କ ମଧ୍ୟରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା।