ପ୍ଲାଣ୍ଟ ସାଇଟ୍ ଉର୍ଦ୍ଦୁ ବିଦ୍ୟାଳୟରେ ଲାଏନ୍ସ କ୍ଲବ୍ ପକ୍ଷରୁ ରକ୍ତ ବର୍ଗୀକରଣ ଶିବିର ଆୟୋଜିତ
1 min read
ରାଉରକେଲାର ପ୍ଲାଣ୍ଟ ସାଇଟ୍ରେ ଥିବା ଉର୍ଦ୍ଦୁ ବିଦ୍ୟାଳୟରେ ରକ୍ତ ବର୍ଗୀକରଣ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଛେଣ୍ଡ୍ ଲାୟନ୍ସ କ୍ଲବ ଦ୍ୱାରା ଏହି ଶିବିର ଆୟୋଜିତ ହୋଇଥିଲା। ପୂର୍ବତନ କାଉନସିଲର ଆଫ୍ରୋଜ ଅହମ୍ମଦ ଏବଂ ଯୁବ ନେତା ଖାଲିଦ ଅଜିଜଙ୍କ ଦ୍ବାରା ଏହି ଶିବିର ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ଡାକ୍ତରୀ ଦଳ ଦ୍ବାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ପିଲାଙ୍କ ରକ୍ତ ବର୍ଗୀକରଣ ପରୀକ୍ଷା ହୋଇଥିଲା। ବରିଷ୍ଠ ଶିକ୍ଷକ ଅଲତାଫ ଶକିଲଙ୍କ ଉଦ୍ୟମରେ ଏହି ଶିବିର ଆୟୋଜିତ ହୋଇଥିଲା। ଆଚାର୍ଯ୍ୟ ହରିହର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟ ରକ୍ତ ବର୍ଗୀକରଣ ଏହି ଅବସରରେ ହୋଇଥିଲା।

କ୍ଲବର ଉପାଧ୍ୟକ୍ଷ ଖାଲିଦ ଅଜିଜ କହିଛନ୍ତି ଯେ ବ୍ୟସ୍ତବହୁଳ ଜୀବନରେ ରହୁଥିବା ବ୍ୟକ୍ତି ଏବଂ ଶିଶୁର ରକ୍ତର ବର୍ଗ ଜାଣିବାର ଅଧିକାର ରହିଛି। ପିଲାମାନେ ସେମାନଙ୍କର ରକ୍ତର ବର୍ଗ ଜାଣିବା ପାଇଁ କ୍ଲବ ଦ୍ୱାରା ଏହି ଅଭିଯାନ ଆସନ୍ତା ମଧ୍ୟ ଜାରି ରହିବ। ଏହି ଶିବିରର ଆୟୋଜନରେ ଲାୟନ୍ସ କ୍ଲବ ଛେଣ୍ଡ୍ର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହିତ ସ୍ଥାନୀୟଲୋକଙ୍କ ମଧ୍ୟରେ ବଳରାମ ଚୌଧୁରୀ, ସାଇ ସୁଧା ପାତ୍ର, ଇମତିଆଜ ଆଜାଦ, ନିୟାଜୁଲ ହାସନ, ମୋହଦ ତାହିର।, ମୋହଦ୍ ଜବୀର, ଆଫ୍ତାବ୍ ଆଲାମ, ଇରଶାଦ, ତବରେଜ ଖାନ, ଇମ୍ରାମ ଖାନ୍, ପାଶପାଟ ସାହୁ, ମହମ୍ମଦ ଜିଲାନି, ରୁବିନା ଖାତୁନ୍, ସଂଗ୍ରାମ ମହାନ୍ତି, ରବି ଶଙ୍କର ଖାଡଙ୍ଗା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସିନିୟର ଶିକ୍ଷକ ଅଲତାଫ ଶକିଲ ଏବଂ ତାଙ୍କ ଦଳ ଲାୟନ୍ସ କ୍ଲବ ଚେଣ୍ଡ ତରଫରୁ ଏହି ଶିବିର ଆୟୋଜନ କରିଥିବାରୁ କ୍ଲବ ପ୍ରତି କୃତଜ୍ଞତା ଜଣାଇଛନ୍ତି।