ଏନ୍ଆଇଟିରେ ନିଯୁକ୍ତି ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ : ୪ଜଣ ଗିରଫ ନେଇ ପୋଲିସ ପକ୍ଷରୁ ସୂଚନା
1 min read
ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏନ୍ଆଇଟି, ରାଉରକେଲାରେ ନକଲି ଆଡ୍ମିଟ୍ କାର୍ଡ ଦେଖାଇ ପରୀକ୍ଷା ଦେଉଥିବା ସମୟରେ ୪ ଜଣ ପରୀକ୍ଷାର୍ଥୀ ଶନିବାର ଧରା ପଡ଼ିଥିଲେ। ଏହି ୪ଜଣଙ୍କୁ ପୋଲିସ ଗିରଫ କରିଥିବା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ମୁତାବକ ଏନ୍ଆଇଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ବାହାର ରାଜ୍ୟର କିଛି ପରୀକ୍ଷାର୍ଥୀ ଚଞ୍ଚକତା କରି ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହି ପରୀକ୍ଷାର୍ଥୀମାନେ ଯାଞ୍ଚବେଳେ ନିରୀକ୍ଷକଙ୍କ ହାତରେ ଧରା ପଡ଼ିଥିଲେ। ଏହି ନକଲି ପରୀକ୍ଷାର୍ଥୀମାନେ ହର୍ୟାନା ରାଜ୍ୟର ବୋଲି ଜଣା ପଡ଼ିଛି। ଏ ସଂପର୍କରେ ଏନ୍ଆଇଟି କର୍ତ୍ତୃପକ୍ଷ ସେକ୍ଟର-୩ ଥାନାକୁ ସୂଚନା ଦେବାପରେ ପୁଲିସ ଘଟଣାସ୍ଥଳକୁ ଯାଇ ୪ ଜଣ ଯୁବକଙ୍କୁ ଥାନାକୁ ଅଣାଯାଇଥିଲା। ଏହି କ୍ରମରେ ଗତ ଶନିବାର କନିଷ୍ଠ ସହାୟକ ପଦ ପାଇଁ ଆଶାୟୀ ଶାରୀରିକ ପରୀକ୍ଷା ଦେଇଥିଲେ। ଗିରଫ ହୋଇଥିବା ଯୁବକମାନେ ହେଉଛନ୍ତି ଗୌରବ ଚୌହାନ, ପୁନିତ ସିଂହ, ମୁନିଶ କୁମାର, ସୁନିଲ କୁମାର। ଏମାନଙ୍କ ମଧ୍ୟରୁ ଗୌରବ ଓ ପୁନିତ ହିସାର ଜିଲ୍ଲାର ହୋଇଥିଲାବେଳେ ମୁନିଶ ଓ ସୁନିଲ ହେଉଛନ୍ତି ଜିନ୍ଦ ଜିଲ୍ଲାର। ଏହି ୪ଜଣ ଅନ୍ୟ ୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜାଲିଆତି କରି ପରୀକ୍ଷା ଦେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ନେଇ ସେକ୍ଟର-୩ ଥାନାରେ ଏନ୍ଆଇଟି କୁଳ ସଚିବ ରୋହନ ଧିମାନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଛି। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସେକ୍ଟର-୩ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ପୁଷ୍ପାଞ୍ଜଳି ନିନ୍ଗି କହିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଘଟଣା ତଦନ୍ତ ପରେ ଅଧିକ ସୂଚନା ମିଳିଛି।