Skip to content
ରାଉରକେଲା ଉପକଣ୍ଠରେ ଥିବା ପ୍ରଶିଦ୍ଧ ଶୈବ ପୀଠ ବେଦବ୍ୟାସଠାରେ ଥିବା ନଦୀ ଘାଟରେ ଗାଧୋଇବା ସମୟରେ ନିଖୋଜ ହୋଇଯାଇଥିବା ଯୁବକର ଶବ ନିଖୋଜ ହେବାର ୩ଦିନ ପରେ ମିଳିଛି। ସୂଚନା ମୁତାବକ ଲାଠିକଟା ବ୍ଲକ୍ର ବାଗତଲା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୁଳର ନିଖୋଜ ଯୁବକ ପିଣ୍ଟୁ ବାସୁରୀଙ୍କ ଶବ ମିଳିଛି। ଏକ ମୃତ୍ୟୁକାଳୀନ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗଦେବାକୁ ୪ଜଣ ଯୁବକ ଆସିଥିଲେ। ଅନ୍ତେଷ୍ଟି କାର୍ଯ୍ୟ ସମାପନ ପରେ ପରେ ସମସ୍ତେ ଗାଧୋଇବା ପାଇଁ ନିକଟସ୍ଥ ନଦୀ ଘାଟକୁ ଯାଇଥିଲେ।
ଏହି ସମୟରେ ଦୁଇଜଣ ପାଣିରେ ବୁଡ଼ିଯାଇଥିଲେ। ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ ଜଣକୁ ଉଦ୍ଧାର କରାଯାଇଥିଲାବେଳେ ପିଣ୍ଟୁ ବୁଡିଯାଇଥିଲେ। ପରେ ପରେ ଏ ନେଇ ଘାଟରେ ଥିବା ଓଡ୍ରାଫ ଦଳ ସହାୟତାରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ବୁଧବାର ଓ ଗୁରୁବାର ଦୁଇଦିନ ଧରି ଖୋଜାଖୋଜି ପରେ ମଧ୍ୟ ଯୁବକର ଶବ ଉଦ୍ଧାର କିମ୍ବା ଯୁବକ ସମ୍ପର୍କରେ କିଛି ଖବର ମିଳି ନଥିଲା। ଶୁକ୍ରବାର ଦିନ ପିଣ୍ଟୁଙ୍କ ଶବ ମିଳିଥିଲା।
Post Views: 638
error: Content is protected !!