ଦର୍ଘି ମୋହଲ୍ଲା ନୱଜୱାନ ମହରମ୍ କମିଟି ପକ୍ଷରୁ ଆଲୋଚନା ଚକ୍ର ଆୟୋଜିତ
1 min read
ମୁସଲମାନଙ୍କ ପବିତ୍ର ପର୍ବ ମହରମ୍ ପାଳନର ପରଦିନ ଅର୍ଥାତ୍ ରବିବାର ଦିନ ରାଉରକେଲା ସହରର ମୁଖ୍ୟରାସ୍ତାର ବିଗ୍ବଜାର ନିକଟସ୍ଥ ଏକ ସ୍ଥାନରେ ଦର୍ଘି ମୋହଲ୍ଲା ନୱଜୱାନ ମହରମ୍ କମିଟି ପକ୍ଷରୁ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।

ଏଥିରେ ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏଥିରେ ଉତ୍ତର ପ୍ରଦେଶରୁ ମୌଲାନା ସୟେଦ ଗୋହର ରବ୍ବାନି ସାହାବ ଯୋଗଦେଇ ମହରମ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ଅନ୍ୟ ଅତିଥି ଓ ଆଳୋଚକଭାବେ ରାନିରୁ ଆସିଥିବା ସାଜାଦ ଆଲାମ ଓ ଚକ୍ରଧରପୁରରୁ ଆସିଥିବା ଜାଫର ଇକ୍ବାଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଏକ ସାମୁହିକ ଭୋଜନର ବ୍ୟବସ୍ଥା ହୋଇଥିଲା।