ମଣିପୁର ହିଂସାକୁ ନେଇ ସେକ୍ଟର-୧୫ ମାର୍କେଟ୍ରେ ମହମବତୀ ଶୋଭାଯାତ୍ରା
1 min read
ଗତ କିଛିଦିନ ଧରି ମଣିପୁର ରାଜ୍ୟରେ ଚାଳିଥିବା ହିଂସାକୁ ନେଇ ସାରା ଦେଶରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ବିଭିନ୍ନ ସାମାଜିକ ସଙ୍ଗଠନର ପ୍ରତିନିଧିମାନେ ରାଉରକେଲା ସହରର ସେକ୍ଟର-୧୫ ଚିପ୍ ଟାଇପ ମାର୍କେଟ ପରିସରରୁ ଏକ ମହବତୀ ଶୋଭାଯାତ୍ରା ବାହାରି ଆଖପାଖ ଅଞ୍ଚଳ ବୁଲିଥିଲା। ଏଥିରେ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କ ସମେତ ମାର୍କେଟର ବ୍ୟବସାୟୀମାନେ ଯୋଗଦେଇଥିଲେ।