ପ୍ରଶାନ୍ତ ସେଠୀଙ୍କ ନେତୃତ୍ବରେ ମହିଳାମାନଙ୍କ ମେଳି : ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସ୍ମାରକପତ୍ର

1 min read
Spread the love

ରାଉରକେଲାର ରଘୁନାଥପାଲ୍ଲୀନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଉରକେଲା ଇସ୍ପାତ ସହରାଞ୍ଚଳରେ ସରକାରଙ୍କ କେତେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ ସମ୍ବନ୍ଧ ରେ ସମାଜ ସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ରାଉରକେଲା ଇସ୍ପାତ ସହରାଞ୍ଚଳ ରାଉରକେଲା ମହାନଗର ନିଗମ ବା ପଞ୍ଚାୟତ ଅଧିନରେ ନାହିଁ। ତେଣୁ ଏହି ସହରାଞ୍ଚଳରେ ରହୁଥିବା ଅନେକ୍ଲ ବସ୍ତିବାସିନ୍ଦା ଏବଂ ଅଣ ଆର୍‌ଏସପି କର୍ମଚାରୀଙ୍କ ସମେତ କ୍ଷୁଦ୍ର ବ୍ୟବସାୟୀ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି। ଏହା ସହିତ ବନ୍ଧମୁଣ୍ଡା ଅଞ୍ଚଳ ର କୋଇଲା ବସ୍ତି, ଶିବ ଶଙ୍କର ନଗର, ଉତ୍ତମ ବସ୍ତି, ତିଲକା ନଗର, ଫୁଲୱାରୀ, ଚଂପାଗଡ଼ ଓ ଶୀତଳ ନଗର ପର୍ଯ୍ୟନ୍ତ ଅଞ୍ଚଳ କୁ ରାଉରକେଲା ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଯିବା ଅମ୍ପର୍କରେ ମଧ୍ୟ ଦାବି କରାଯାଇଛି।

ଏହି ଦାବୀ ପତ୍ର ର ନକଲ ରାଜ୍ୟ ୫ଟି ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ପ୍ରେରଣ କରାଯାଇଛି। ଶ୍ରୀ ସେଠୀଙ୍କ ନେତୃତ୍ବରେ ସୋମବାର ୨୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ଏକ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳ୍ପନା ବିଶ୍ବାଳ, ପ୍ରୀତି ପରିଡ଼ା, ରୁକ୍ମଣୀ ବାଗ୍, ସବିତା ମୁଦୁଲି, ଲକ୍ଷ୍ମୀ ଦେବୀ ଶତପଥୀ, ସନ୍ତୋଷିନୀ ପ୍ରଧାନ, ଗୀତା ନାଗ, ନରେନ୍ଦ୍ର ମାହାନ୍ତି, ସରୋଜ ନାୟକ, ବିଶ୍ବ ରଞ୍ଜନ ରାଉତ, ସିମାଞ୍ଚଳ ଖଣ୍ଡୁଆଳ, ବିଦ୍ୟାଧର ଲେଙ୍କା, ସରୋଜ ଜେନା, ଜିତେନ ମାଛଖଣ୍ଡ, ଦେବକାନ୍ତ ସେଠୀ, ସୌମ୍ୟା ମହାନ୍ତି, ଓ ସୌମ୍ୟକାନ୍ତ ଧଳ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!