ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ଓ ଆନୁଷଙ୍ଗିକ ନିର୍ମାଣରେ ଦୁର୍ନୀତିକୁ ନେଇ ବିଷୋଭ ଓ ବିରୋଧ

1 min read
Spread the love

ଚଳିତ ବର୍ଷ ବିଶ୍ୱ କପ୍‌ ହକି ପାଇଁ ନିର୍ମିତ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ନିର୍ମାଣ ସହିତ ବିଶ୍ୱ କପ୍ ହକି ପାଇଁ ହୋଇଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିପାଇଁ ପ୍ରଥମେ ରାଉରକେଲା ଜିଲ୍ଲା କଂଗ୍ରେସର ଭାରପ୍ରାପ୍ତ ସଭାପତି ଦେବବ୍ରତ ବିହାରୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଦଳର ନେତା ଓ କର୍ମୀମାନେ ଷ୍ଟାଡିୟମ୍‌ର ୩ନମ୍ବର ଫାଟକ ପାଖରେ ପହଞ୍ଚିଥିଲେ। ଏହାପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହା ପରେ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଛିଥିଲେ। ସେଠାରେ ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସମ୍ପର୍କୀତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରି ଏହି ଅନିୟମିତତାରେ  ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।  ଏହି ବିକ୍ଷୋଭ ଓ ବିରୋଧରେ ଦଳର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବରିଷ୍ଠ ନେତା ବିରେନ ସେନାପତିଙ୍କ ସମେତ ରାଜ୍ୟ ସମ୍ପାଦକ ରବି ରାୟ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରବୋଧ ଦାଶ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

କଂଗ୍ରେସ ଦଳରେ ମଇଁଶି ସିଂଘ ଫଟା ଯୁଝିଲା ବେଳକୁ ମଧ୍ୟ ଗୋଟା ସ୍ଥାନରେ ଫଟା

ରାଉରକେଲା ଜିଲ୍ଲା କଂଗ୍ରେସ ଦଳକୁ ଗତ କିଛିଦିନ ହେଲା ଶନି ଦଶା ପଡ଼ିଥିବା ଜଣାପଡ଼ୁଛି। କାରଣ ଗତ କିଛିଦିନ ପୂର୍ବେ ଦଲର ସେକ୍ତର-୨୧ ସ୍ଥିତ କାର୍ଯ୍ୟାଳୟରେ ଏକ ବୈଠକ ଚାଲିଥିବା ସମୟରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ମାଡ଼ପିଟ ଘଟଣା ଓ ପରେ ଜଣଙ୍କୁ ନିଲମ୍ବନ ଘଟଣା ସତେଜ ରହିଛି। ଏହି କ୍ରମରେ ମଙ୍ଗଳବାର ଦଳର ନେତା ଓ କର୍ମୀମାନେ ବିଶ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗରେ ବିରୋଧ କାର୍ଯ୍ୟକ୍ରମ ଚାଲିବା ସମୟରେ ପୁଣି ଥରେ ଦେଖିବାକୁ ମିଳିଛି ବିଶୃଙ୍ଖଳା।

ଏହି ବିରୋଧ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଦଳିୟ ଶୃଙ୍ଖଳାକୁ ଭାଙ୍ଗି ଦଳର କିଛି ନେତା ଓ ଭାରପ୍ରାପ୍ତ ସଭାପତିଙ୍କୁ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏହାକୁ ନେଇ ଦଲର କିଛି ପୁରୁଖା ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣ କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

error: Content is protected !!