ଉତ୍କଳ ଗୀତି କବି ସମାଜ ପକ୍ଷରୁ କବିତା ଆସର ଆୟୋଜିତ
1 min read
ଜୁଲାଇ ୧୬ ତାରିଖ ରବିବାର ସନ୍ଧ୍ୟା ସମୟରେ ସେକ୍ଟର ୩ ସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମାଆ ଶିତଳା ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗୀତି କବି ସମାଜର ମାସିକ କବିତା ଆସର ପାଳିତ ହୋଇଯାଇଛି । “ବର୍ଷା ଉପରେ ପ୍ରାଚୀନ ଓ ଆଧୁନିକ କବିତାର ଧାରା” ଉପରେ ଏକ ତାତ୍ୱିକ ଆଲୋଚନା ଉପ ସଭାପତି କବି ରାମକୃଷ୍ଣ ତ୍ରିପାଠୀଙ୍କ ପୌରହିତ୍ୟରେ ହୋଇଥିଲା। ଏଥିରେ କବି ମାନେ ନିଜସ୍ୱ ମତ ରଖି ଆଲୋଚନା ରେ ବିଭିନ୍ନ କବିଙ୍କର ଉଦାହରଣ ଦେଇ ବଡ ମନୋଜ୍ଞ କରିଥିଲେ। ତା ପରେ କବିତା ଆସର ହୋଇଥିଲା ଯେଉଁଥିରେ ଅନୁଷ୍ଠାନ ର ସଭାପତି କବି ତାରିଣୀ ଚରଣ ସାହୁ ସଭାପତିତ୍ୱ କରିଥିଲା ବେଳେ କବି ଇଂ ବିଜୟ କୁମାର ସେନାପତି କବିତା ଗୁଡିକୁ ସଂଯୋଜନା କରି ଆଲୋଚନା କରିଥିଲେ। କବି ତାରିଣୀ ଚରଣ ସାହୁ, ରାମକୃଷ୍ଣ ତ୍ରିପାଠୀ, ଇଂ ବିଜୟ କୁମାର ସେନାପତି, ଅଧ୍ୟାପକ କମଳା କାନ୍ତ ଦାଶ, ସମୀର ବାଳା ଦାଶ, ଅଭିମନ୍ୟୁ ବେହେରା, ରବି ନାରାୟଣ ମହାନ୍ତି, ଅଜୟ କୁମାର ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ ସ୍ୱରଚିତ କବିତା ପାଠ କରି ମନ୍ତ୍ର ମୁଗ୍ଧ କରିଥିଲେ। ଶେଷରେ ଶ୍ରୀ ବସ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।