ବିଶ୍ରା ବ୍ଳକ ସ୍ତରୀୟ ପାଚିକା-ତଥା-ସହାୟିକା ପାଇଁ ପ୍ରଶିକ୍ଷଣ
1 min read
ନୟାବଜାର ଉଚ୍ଚ ବିଦ୍ୟାଳୟରେ ବ୍ଳକ୍ ସ୍ତରୀୟ ପାଚିକା ତଥା ସହାୟିକା ମାନଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ମଧୁସୂଦନ କ୍ଲଷ୍ଟରର ସି.ଆର୍ ସି.ସି. ହରିହର ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ଆର୍.ଇ.ସି କ୍ଲଷ୍ଟରର ସି.ଆର.ସି.ସି ସିପ୍ରା ସାହୁ , ଆର. ପି. ଏଲ୍ କଷ୍ଟରର ସି.ଆର. ସି.ସି. ଦୀପକ କୁମାର ସାମଲ ଓ ତିନୋଟି କ୍ଲଷ୍ଟରରୁ ଆସିଥିବା ୫୨ ଜଣ ପାଚିକା ତଥା ସହାୟିକା ଉପସ୍ଥିତ ଥିଲେ। ନୟାବଜାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଇନାମ ଖାନ୍ ଙ୍କ ଦ୍ଵାରା ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଉଦ୍ ଘାଟନ ହୋଇଥିଲା। ପରେ ପରେ ସମସ୍ତ ପାର୍ଥନା ବୋଲିଥିଲେ। ଏହି ଶିବିରରେ ବିଶ୍ରା ବିଇଓ ବେଣୁଧର ସ୍ୱାଇଁ ଯୋଗ ଦେଇ ପାଚିକା ମାନେ ନିଜେ କିପରି ଭାବେ ପରିଷ୍କାର ପରିଛନ୍ନ ରହିବା ସଙ୍ଗେ ସଙ୍ଗେ ପିଲାମାନଙ୍କର ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେଇ ଖାଦ୍ୟ ପରିବେଷଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏ ବିଇଓ ସତ୍ୟଭାମା ବେହେରା ଖାଦ୍ୟ ର ନିରାପତ୍ତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଆର.ପି ଲକ୍ଷ୍ମୀ ଦେବୀଙ୍କ ସମେତ ଅନ୍ୟ ଅତିଥିମାନେ ବିଦ୍ୟାଳୟର ପୁଷ୍ଟି ବଗିଚା, ପି. ଏମ. ପୋଷଣ, ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ,ପରିଷ୍କାର ଓ ପରିଛନତା , ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଷମା ଜେନା, ବିଦ୍ୟାଳୟର ପୂର୍ବତନ ବିଦାୟୀ ଶିକ୍ଷକ ବଳରାମ ଦାସ, ପ୍ରତାପ ରାଉତ , ପୋଗ୍ରା ବାହାଲ କ୍ଲଷ୍ଟରର ସି.ଆର ସି.ସି ଗୋବିନ୍ଦ ଚନ୍ଦ୍ର ସେଠି ଉପସ୍ଥିତ ଥିଲେ। ଶେଷରେ ପାଚିକା ତଥା ସହାୟିକା ମାନଙ୍କର ପ୍ରଶ୍ନ ପତ୍ର ମାଧ୍ୟମରେ ମୂଲ୍ୟାୟନ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।