Skip to content
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକାର ବାଦ, ବିବାଦ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଏବେ କାର୍ଯ୍ୟରତ କର୍ମଚାରୀ ଙ୍କ ନିକଟରୁ ଉଚ୍ଚ, ପଦସ୍ଥ ଅଧିକାରୀ ଲାଞ୍ଚ ନେଇ ଦରମା ଓ ଛୁଟି ପ୍ରଦାନ କରିବା ଓ ନାନା ପ୍ରକାର ହଇରାଣ,ହରକତ କରି ଆସୁଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଏହି ଡାକ୍ତରଖାନା ରେ ଗତ ଛଅ ବର୍ଷ ଧରି କାର୍ଯ୍ୟରତ ବିପିଏମ ଦୀପ୍ତିକାନ୍ତ ପ୍ରଧାନ ଓ ରମେଶ ବେହେରା ନାମକ କିରାଣୀ ମିଶି ସମସ୍ତ କର୍ମଚାରୀ ଙ୍କ ନିକଟରୁ ମାସିକ କୋଟା ଓ ଅଧିକ ଅର୍ଥ ଦାବି କରିବା ସହ ବେଆଇନ୍ ଭାବେ ଛଅ ମାସ ରୁ ସାତ ମାସ ପର୍ଯ୍ୟନ୍ତ କୋଟା ନ ଦେଲେ ଦରମା ବନ୍ଦ କରିବା ଅଭିଯୋଗ ହୋଇଛି ।
ଅନେକ କର୍ମଚାରୀ ଦରମା ନ ପାଇ ଅସହାୟ ଅବସ୍ଥାରେ ଅଛନ୍ତି । ସବୁ ଶ୍ରେଣୀ ର କର୍ମଚାରୀ ଙ୍କ ନିକଟ ରୁ ଦାବି ମୁତାବକ ଅର୍ଥ ନେଇ ଏପରିକି ନିଜ ମନୋମୁଖୀ ଭାବେ ଦରମା ଛଅ ରୁ ସାତ ମାସ ଧରି ଅଟକେଇ ରଖିବା ନିୟମାନୁଯାୟୀ ଛୁଟି ପ୍ରଦାନ ନ କରିବା ଅଭିଯୋଗ ବାରମ୍ୱାର ହେଉଛି । ଏହି କ୍ରମରେ ସ୍ଵେଚ୍ଛାସବୀ ଅନୁଷ୍ଠାନ ‘ଜିବେଦୟା’ ର ସଭାପତି ଶ୍ରୀକାନ୍ତ ସାହୁ ଲିଖିତ ଆକାର ରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଙ୍କୁ ଦାବୀ ପତ୍ର ପ୍ରେରଣ କରି ଥିବା ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ପ୍ରକାଶିତ ଡ୍ୟୁଟି ଚାର୍ଟରେ ସ୍ପଷ୍ଟ ଭାବେ ତ୍ରୁଟି ଧରାପଡ଼ି ଯାଇଥିବା ବେଳେ ଏହି ଦୀର୍ଘ ଦିନ ଧରି ଚାଲିଥିବା ଦୁର୍ନୀତି ନେଇ ସଂଶ୍ଳିଷ୍ଟ ସମସ୍ତ ଅଧିକାରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଦାବି ହେଉଛି ।
Post Views: 349
error: Content is protected !!