ବିବେକାନନ୍ଦ  ସରକାରୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ସେକ୍ଟର-୧୮ ସ୍ଥିତ ବିବେକାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶ୍ରା ବ୍ଲକ୍‌ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ଯୋଗଦେଇଥିଲେ। ଏହା ସହିତ ବରିଷ୍ଠ ଶିକ୍ଷାବୀତ୍‌ ପ୍ରମୋଦ କୁମାର ଭଞ୍ଜ, ରଘୁନାଥପାଲ୍ଲୀ ଇସ୍ପାତ ସହର କ୍ଲଷ୍ଟର ସିଆର୍‌ସିସି ଦୀପକ ସାମଲ, ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଯୁବ ଉଦ୍ୟୋଗୀ ରାଜେଶ କୁମାର ମୁନି, ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ଓ ବୃନ୍ଦା ବାରିକ ପ୍ରମୁଖ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ବିଦ୍ୟାଳୟ ପରିଚାଳନା ସମିତିର ପ୍ରଦୀପ ବାରିକ, ସୁମନ ପ୍ରସାଦ ଓ ପ୍ରଦୀପ ମହାନ୍ତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ କାବେରୀ ଚୌଧୁରୀ, ଅର୍ଚ୍ଚନା ସାହୁ, ଶୁଭାଜ୍ୟୋତି ମହାନ୍ତି, ଚିତ୍ରସେନ କାଲଟା, ଅରୁଣ କୁମାର ପାତ୍ର, ଯଶୋବନ୍ତ ଜେନା ଏବଂ କର୍ମଚାରୀ ରାଜେଶ ମିଶ୍ର ଓ ମମତା କାଲୋ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଏକ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ହୋଇଥିଲା।

ଏଥିରେ ବୃକ୍ଷରୋପଣର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ଏହାପରେ ଆୟୋଜିତ ଏକ ସଭାରେ ବନମହୋତ୍ସବ ପାଳନ ଏବଂ ଏହାର ଆବଶ୍ୟକତା ସହିତ ମନୁଷ୍ୟ ଜୀବନ ପାଇଁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ବାର୍ତ୍ତା ଦେଇଥିଲେ। ଶେଷ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ନିମ୍ବ, ଆମ୍ବ, ଜାମୁ, ପିଜୁଳି ଆସି ବିଭିନ୍ନ ପ୍ରକାରର ୨୮ଟି ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରୀୟ ଅଂଶଗ୍ରହଣ କରିବା ସହ ବୃକ୍ଷରୋପଣ ମଧ୍ୟ କରିଥିଲେ।  ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା କାଳିଆ ଡେଭଲପର୍ସର ସ୍ୱତ୍ତ୍ୱାଧିକାରୀ ରାଜେଶ ମୁନି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!