ରାଉରକେଲା ପୋଲିସ୍ ଜିଲ୍ଲାର ୪୪୮ଜଣ କନେଷ୍ଟବଳଙ୍କ ବଦଳି : ଏକାସଙ୍ଗରେ ଏତେ ଜଣଙ୍କ ବଦଳିକୁ ନେଇ ଚର୍ଚ୍ଚା
1 min read
ସୋମବାର ଦିନ ରାଉରକେଲା ପୋଲିସ ଜିଲ୍ଲା ମୁଖିଆ ତଥା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ମୋଟ ୪୪୮ଜଣ କନେଷ୍ଟବଳଙ୍କୁ ବଦଳି କରାଯାଇଛି। ବିଗତ ଅନେକ ବର୍ଷ ମଧ୍ୟରେ ଏକାସଙ୍ଗରେ ଅର୍ଥାତ୍ ଗୋଟିଏ ଦିନରେ ଏତେ ସଂଖ୍ୟକ କନେଷ୍ଟବଳଙ୍କ ବଦଳୀକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ସବୁଠାରୁ ବଡ଼କଥା ହେଉଛି ବଦଳି ହୋଇଥିବା ୪୪୮ଜଣଙ୍କ ମଧ୍ୟରୁ ୧୮୦ଜଣ ହେଉଛନ୍ତି ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ କନେଷ୍ଟବଳ। ସେହିଭଳି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି କିଛି କନେଷ୍ଟବଳଙ୍କ ନାମ ବଦଳି ତାଲିକାରେ ଥିଲେ ମଧ୍ୟ ସେମାନଙ୍କର ବର୍ତ୍ତମାନର ଅବସ୍ଥାନ କରୁଥିବା ସ୍ଥାନ ଓ ବଦଳି ହୋଇଥିବା ସ୍ଥାନ ସମାନ ରହିଛି। ଅର୍ଥାତ୍ କିଛି କନେଷ୍ଟବଳଙ୍କ ବଦଳି ତାଲିକାରେ ନାମ ଥିଲେ ମଧ୍ୟ ସେମାନଙ୍କର ପ୍ରକୃତ ବଦଳି ହୋଇନାହିଁ। ଅନ୍ୟପକ୍ଷରେ ଏହି ବଦଳିକୁ ନେଇ ରାଉରକେଲା ସହରରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଗତ ଅନେକ ବର୍ଷ ଧରି ଏକାସଙ୍ଗରେ ଏତେ ସଂଖ୍ୟକ କନେଷ୍ଟବଳଙ୍କ ଏକାଦିନରେ ବଦଳି ଓ ପୋଲିସ ଜିଲ୍ଲା ଅନ୍ତର୍ଗତ ସମସ୍ତ ଥାନା, ଫାଣ୍ଡି, ଅସ୍ଥାୟୀ ଫାଣ୍ଡି ଆଦିରେ କାର୍ଯ୍ୟରତ କନେଷ୍ଟବଳଙ୍କ ବଦଳି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ଚର୍ଚ୍ଚା ଆରମ୍ଭ ହୋଇଛି।