ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

1 min read
Spread the love

ସମାଜରେ ଅନେକ ବ୍ୟକ୍ତିବିଶେଷ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଅଛନ୍ତି। ସେମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନିତ କରିବା ରୋଟାରିର ଏକ ବିଶେଷ କର୍ତ୍ତବ୍ୟ ଭାବେ ବିବେଚିତ ହୋଇଥାଏ। ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଅନୁଷ୍ଠିତ ରୋଟାରି କ୍ଲବ ଅଫ ରାଉରକେଲା ରିଭରସାଇଡର ଦଶମ ସ୍ଥାପନା ଦିବସ ଅବସରରେ ଏହିପରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ରାଉରକେଲା ହାଇଟେକ ମେଡିକାଲ କଲେଜରେ କାର୍ଯ୍ୟରତ ସେବିକା ଅମିତାରାଣୀ ଜେନା, ଛେଣ୍ଡ କଲୋନୀର ଡାକସେବା କର୍ମଚାରୀ ଭାଗ୍ୟଧର ପଶାୟତ ଓ ରାଉରକେଲା ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ଗୌର ସୁନା। ଉତ୍ସବର ମୁଖ୍ୟଅତିଥି ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏଫ. ସି. ମହାନ୍ତିଙ୍କ ଦ୍ବାରା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯିବା ସହ ଉପଢୌକନ ପ୍ରଦାନ କରାଯାଇଥିଲା। ସଭାପତି ସିଦ୍ଧିନାଥ ଜ୍ୟୋତିଷୀ ସଭାରେ ପୌରୋହିତ୍ୟ କରି କ୍ଲବର ବିଗତ ଦଶବର୍ଷର ସ୍ଵର୍ଣ୍ଣିମ ଇତିହାସର ଅବତାରଣା କରିଥିଲେ। ସମ୍ପାଦକ ଭଗବାନ ପାଢୀ କ୍ଲବ ତରଫରୁ ସମ୍ପାଦିତ ହୋଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସହକାରୀ ଗଭର୍ଣ୍ଣର ଶୁଚିସ୍ମିତା ବିଶ୍ୱାସ ବିଦାୟୀ ସଭାପତି ଓ ସମ୍ପାଦକଙ୍କୁ ଚଳିତ ୨୦୨୨-୨୩ ରୋଟାରି ବର୍ଷରେ ସେମାନଙ୍କ ସଫଳତା ନିମିତ୍ତ ସମ୍ବର୍ଦ୍ଧିତ କରିଥିଲେ।

ଶେଷ ପର୍ଯ୍ୟାୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟିକା ରୀନା କଦମବାଲା ସଂଗୀତ ପରିବେଷଣ କରିଥିଲେ। ଅତିଥି ଅଞ୍ଜନା ମୈତ୍ରଙ୍କ ସହ କ୍ଲବ ସଦସ୍ୟ ଡଃ ପି.ସି. ମହାପାତ୍ର, ଜେ.ପି ସାହା,ପ୍ରମିଳା ମିଶ୍ର, ବନ୍ଦନା ଜୋତିଷୀ, ସୁଧାରାଣୀ  ପ୍ରଧାନ, ଶଙ୍କର ପ୍ରସାଦ ତ୍ରିପାଠୀ, ସୁଖବିନ୍ଦର ଶେଖୋଁ, ଡଃ ଭକ୍ତିପ୍ରସାଦ ମହାପାତ୍ର, ଜୟଶ୍ରୀ ପାଢୀ,ସି ମରନଜିତ କାଉର,ପ୍ର ତିମା ମହାପାତ୍ର, ବସନ୍ତ ପାଠୀ, ଅଜୟ ସାହୁ, ହରିହର ନାୟକ, ଲକ୍ଷ୍ମଣ ନାଥ ଦାସ, ପରମେଶ୍ଵର ପ୍ରଧାନ, ଅନଙ୍ଗ ମଞ୍ଜରୀ ପ୍ରଧାନ, ଅଜୟ ବିଶ୍ବାଳ, ସାଗର ସୁବୁଦ୍ଧି,  ରାମଚନ୍ଦ୍ର ଜେନା, ମମତା ପାଠୀ ଓ ଦିବ୍ୟାନୀ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!