ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ
1 min read
ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରଜିଏଚଠାରେ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇ ୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତଭଣ୍ଡାର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମୟସା ସୋରେନ ଓ ସୀମାଦ୍ରୀ ତନୟା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ରୋଟାରୀ ଭାଇବ୍ରାଣ୍ଟ ତରଫରୁ ପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି, ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୦ ର ଡିଜି ରୋଟାରୀଆନ ମନଜିତ ସିଂ ଆରୋରା, ଉପଦେଷ୍ଟା ରୋଟାରୀଆନ ଆଲାମ ସିଂ ରୁପ୍ରା, ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକ, ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ଉପସଭାପତି ରୋଟାରୀଆନ ଡା ମୀନତି ପଣ୍ଡା, ସମ୍ପାଦକ ରୋଟାରୀଆନ ଡା ସଂଯୁକ୍ତା ପତି, ରୋଟାରୀଆନ ଅଜିତ ମୋହନ ପୂଜାରୀ, ବସନ୍ତ କୁମାର ତନ୍ତୀ, କାଜଲ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।