ଢେଙ୍କାନାଳରେ ଜାତୀୟ ଉଦ୍ୟାନ ବୋର୍ଡ ପକ୍ଷରୁ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅୟୋଜିତ
1 min read
ଜାତୀୟ ଉଦ୍ୟାନ ବୋର୍ଡର ପ୍ରୋତ୍ସାହନରେ ଢେଙ୍କାନାଳ ଜିଲ୍ଲାରେ ବୋର୍ଡର ଉପ-ନିର୍ଦ୍ଦେଶକ ସୁରେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ତାଲିମ୍ ଶିବିର ସ୍ଥାନୀୟ ଶ୍ୟାମାଚରଣପୁର ସେୟାର ଅନୁଷ୍ଠାନର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହିଶିବିରରେ ଜିଲ୍ଲାର ଉଦ୍ୟାନ କୃଷିର ଉପ-ନିର୍ଦ୍ଦେଶକ ଗୀତାଶ୍ରୀ ପାଢୀ, କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଭାଗର ବୈଜ୍ଞାନିକ ଡଃ ଦିବ୍ୟ ସୁନ୍ଦର କର ଏବଂ ଡଃ ସେଫାଳି ରାଉତ, ଅବସରପ୍ରାପ୍ତ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା, ଇଂ. ଆଶୁତୋଷ ବେହେରା ଏବଂ ଢେଙ୍କାନାଳ ଜିଲ୍ଲାର ଉଦ୍ୟାନ କୃଷି ବିଭାଗର କର୍ମକର୍ତାଗଣଙ୍କ ସହିତ ୭ ଟି ବ୍ୟାଙ୍କର ଅଧିକାରୀଗଣ ଉପସ୍ଥିତ ରହିଥିଲେ। ଏଥିରେ ୫୦ ରୁ ଅଧିକ ଚାଷିମାନେ ଯୋଗଦାନ କରିଥିଲେ। ଏହି ଏକ ଦିନିକିଆ ତାଲିମ ଶିବିରରେ ଉଦ୍ୟାନ କୃଷି ଉଦ୍ୟୋଗ ସୃଷ୍ଟି କରିବା ଏବଂ ରୋଜଗାରର ପନ୍ଥା ଭାବେ ଉଦ୍ୟାନ ଚାଷ ସମ୍ପର୍କୀତ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ଆଲୋଚନା କରାଯାଇଥିଲା। ଚାଷୀମାନଙ୍କ ସହିତ ସିଧାସଳଖ କଥୋପକଥନ ଦ୍ବାରା ବିଭିନ୍ନ ସମସ୍ୟା ସମାଧାନ କରାଯାଇଥିଲା। ସରକାରୀ ପ୍ରୋତ୍ସାହନ ଏବଂ ବ୍ୟବସାୟ ଭିତିରେ ଉତ୍ପାଦନ ଆୟବ୍ୟୟ ଆକଳନ ଉପରେ ବିସ୍ତୃତ ଭାଦରେ ଆଲୋଚନା ହୋଇଥିଲା ।