ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
1 min read
ରାଉରକେଲା ଛାତ୍ର କଂଗ୍ରେସର ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ୱରେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରସଙ୍ଗରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳନଙ୍କ କାର୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ଏହା ସହିତ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପ୍ୟୁଟି କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ସାକ୍ଷାତ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରର ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବଙ୍କୁ ପଠାଯାଇଛି। ଏହା ସହିତ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ ଓ ବିଧାୟକ ସୁବ୍ରତ ତରାଇଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ପ୍ରବୋଧ ଦାସ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଅନିୟମିତତା ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସ୍ମାରପତ୍ରରେ ପ୍ରଦତ୍ତ ସୂଚନା ମୁତାବକ ବିଧାୟକ ଶ୍ରୀ ତରାଇ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଥିବା ସମୟରେ ନିଜର ନିକଟ ସମ୍ପର୍କୀୟ ଲୋକଙ୍କୁ ବେଆଇନଭାବେ ମହାବିଦ୍ୟାଳୟରେ ନିଯୁକ୍ତି ଦେଇଛନ୍ତି। ସେହି ବ୍ୟକ୍ତିମାନେ ନିୟମ ଅନୁସାରେ କାର୍ଯ୍ୟ ନକରି ଦରମା ନେଉଛନ୍ତି। ଏହା ସହିତ ପ୍ରସନ୍ନ କୁମର ଭୋଇ ନାମକ ଜଣେ ବରିଷ୍ଠ ଅଧ୍ୟାପକଙ୍କ ନାମରେ ଏକାଧିକ ବେଆଇନ ଓ ଦୁର୍ନୀତି କାର୍ଯ୍ୟ ସମ୍ପର୍କୀତ ତଥ୍ୟ ରହିଥିବା ସତ୍ତ୍ୱେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଆଯାଉନାହିଁ ବୋଲି କଂଗ୍ରେସ ଦଳର କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ସବୁ ଅନିୟମିତ୍ତତା ସମ୍ପର୍କରେ ସ୍ୱତନ୍ତ୍ର ଯାଞ୍ଚ କମିଟି ଗଠନ କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହା ନହେଲେ ଛାତ୍ର କଂଗ୍ରେସର କର୍ମୀମାନେ ଅମରଣ ଅନସନରେ ବସିବ ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି।

ଛାତ୍ର କଂଗ୍ରେସର ଅଭିଯୋଗ ମୁତାବକ ମହାବିଦ୍ୟାଳୟର ଅନ୍ୟତମ ପ୍ରଫେସର ପ୍ରଶନ୍ନ କୁମାର ଭୋଇଙ୍କ ନାମରେ ବେଆଇନଭାବେ ଘରୋଇ ଟ୍ୟୁସନ କରିବା, ମହାବିଦ୍ୟାଳୟର ବିଭିନ୍ନ କମିଟିରେ ରହି ଅର୍ଥ ତୋସାରପାତ କରିବା ଓ ସର୍ବୋପରି ପ୍ରତ୍ୟେକ ସେମିଷ୍ଟାର ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଦେବା ପାଇଁ ଅଧିକ ଅର୍ଥ ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ସେହିଭଳି ଅଧିକ ଅର୍ଥ ପାଇଁ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବାରୁ ସେ ଛାତ୍ରୀ ଜଣକ ବିଜ୍ଞାନ ବିଭାଗ ଛାଡି କଳା ବିଭାଗକୁ ବାଧ୍ୟହୋଇ ବାଛିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବା ସୂଚନା ଦିଆଯାଇଛି। ଏହା ସହିତ ଶ୍ରୀ ଭୋଇ ନିଯୁକ୍ତି ପାଇଥିବା ପଦବୀ ସମ୍ପର୍କରେ ମଧ୍ୟ ଅନିୟମିତତା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ନିକଟକୁ ଯାଇ ଅଭିଯୋଗ ଜଣାଇବା ସହ ଲିଖିତ ଭାବେ ସ୍ମାରକପତ୍ର ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା କଂଗ୍ରେସ କର୍ମୀମାନେ କହିଛନ୍ତି। ସେହିଭଳି ବିଜେଡି ଦଳର କାର୍ଯ୍ୟକର୍ତ୍ତା କଲେଜ ଭିତରେ କିଭଳି ସାମ୍ୱାଦିକ ସମ୍ମିଳନୀ କରୁଛନ୍ତି? ଜିନ୍ଦାବାଦ ଓ ମୁର୍ଦ୍ଦାବାଦ ନାରା ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।
ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ଦଳର ଅଳ୍ପ ସଂଖ୍ୟକ ବିଭାଗ ସଭାପତି ଇଜାଜ ଅଖତର, ଯୁବ ନେତା ଶିବୁ ଦୀପ, ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ବଳିଆରସିଂହ, ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ବାସୁଦେବ ବନାର୍ଜି, ପ୍ରଶନ୍ନ କୁମାର ବଳିଆରସିଂହ, ଛାତ୍ରନେତା ସଦାବ ଅହମ୍ମଦ, ଆଦେଶ ସୁନା, ବିଜୟ ଶଙ୍କର ପରୋହିତ, ବାବୁ ବିଶ୍ୱାଳ, ଯୁବନେତା ବାବୁଲି ଢୁଲିଆ, ଉପ-ସଭାପତି ମଇନ ଆଲମ, ସାକିର ହୁସେନ୍, ନିଆଜ ଅହମ୍ମଦ, ଏମ୍ଡି ଇମାମ, ଅକ୍ୱିବ ଖାନ, କରମତ ହୁସେନ, ସିଲୁ ବରାଳ, ନାରିନେତ୍ରୀ ଅମ୍ରୀତ କୌର, ଜୁଲୁ ପ୍ରବିନ, ହିତେଶ ଦେହୁରୀ, ଶୁକଦେବ ପଣ୍ଡା, ବିବେକ ସାହୁ, ମୋତିଲାଲ ଦୀପ, ଦିପୁ ଦଳାଇ, ଦିପକ ପଣ୍ଡିତ, କରନ ସୁନା, ଅଭୟ ସୁନା, ବବଲୁ ମହାନନ୍ଦ, ଅଜୟ ବିଶୋଇ, ଅଙ୍କିତ ତନ୍ତି, ଧୋନି ପ୍ରଧାନ, ଶିପୁନ ସାହୁ, ରାହୁଲ ତାଣ୍ଡି, ଶ୍ୟାମ ଦେବ, କ୍ରିଷ୍ଣା ସିଂ ବାରିକ, ଆଲୋକ ରଞ୍ଜନ ବାରିକ, ସୁଲେମାନ, ଶିବା, ଶିମନ୍ତ, ସନି, ଅମନ କୁମାର, ଗଣେଷ ଶର୍ମା, ରାଜେନ୍ଦ୍ର ପାତ୍ର, ଶମିର ସାମନ୍ତରାୟ, ମାନସ ପ୍ରଧାନ, ଗୌରବ ମଲକାର ପ୍ରମୁଖ ଯୋଗଦେଇଥିଲେ।